STORYMIRROR

Bhagirathi Pati

Others

3  

Bhagirathi Pati

Others

ଦିଗହରା ପଥିକ (ବ୍ୟଙ୍ଗ କବିତା)

ଦିଗହରା ପଥିକ (ବ୍ୟଙ୍ଗ କବିତା)

1 min
212

କହିଲେ କହିବ କହୁଛି

କେମିତି କହିବି ଜୀବନ କାହାଣୀ 

ଦିଗହରା ମୁଁ ଯେ ହୋଇଛି  

କଣ୍ ନା କହିଲେ କହିବ କହୁଛି ...


ଏମିତି ସମୟ ଜୀବନେ ଆସିଲା

ଖୁସିରେ ପାଗଳ ହୋଇଛି  

ସପନ ଘୋଡ଼ାରେ ବସିଛି 

ନାୟିକା ଶ୍ରାବଣୀ ମନ କାଗଜରେ

ରଙ୍ଗ ମହଲ ତୋଳିଛି  

ସାତ ସୁରେ ଗୀତ ଗାଉଛି

ଅଦିନ ଝଡ଼ରେ କାଗଜ ଡଙ୍ଗାଟା

କଳା ଭଉଁରୀରେ ପଡ଼ିଛି 

ଅସ୍ତିତ୍ୱ ହରାଇ ବସିଛି

କଣ୍ ନା କହିଲେ କହିବ କହୁଛି ...


ବିରାଟ ପୃଥିବୀ ମୋ ପାଇଁ ଆଜି

ଶୂନ୍ୟତାରେ ଭରି ଯାଇଛି 

ଅଥଳ ସାଗରେ କାତ ପାଉ ନାହିଁ

ବୁଦ୍ଧି ଶୂନ୍ୟ ହୋଇ ଯାଇଛି 

ତ୍ରିଶଙ୍କୁ ଅବସ୍ଥା ହୋଇଛି 

ଉର୍ଦ୍ଧ୍ୱ କିବା ଅଧ ଯାଇ ପାରୁନାହିଁ

ମଝି ଆକାଶରେ ରହିଯାଇଛି  

ଦିଗହରା ପଥିକ ସାଜିଛି 

କିଏ କାଚ ଆଉ କାଞ୍ଚନ ଚିହ୍ନିବା - 

ବୁଝିବା ଆଗରୁ ସବୁ ହାରିଛି 

ଟିକେ ଭୁଲ୍ ପାଇଁ ସମୟ ଆଗରେ

ଆଖି ଲୁହ ସାଥି କରିଛି 

କଣ୍ ନା କହିଲେ କହିବ କହୁଛି

କଣ୍ ନା କହିଲେ କହିବ କହୁଛି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍