Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Pati

Others

3  

Bhagirathi Pati

Others

ଅନୁଭଵ ରେ ମହାବାତ୍ୟା

ଅନୁଭଵ ରେ ମହାବାତ୍ୟା

1 min
159


ପ୍ରକୃତିରସେହି କରାଳ ରୂପକୁ

ବର୍ଣ୍ଣିବାକୁ ଭାଷା ନାହିଁ ,

ଆଖିର ପଲକେ ସବୁ ଶେଷ ହେଲା

ମହାବାତ୍ୟା ନାମ ନେଇ ।


ଉଣେଇଶ ଅନେଶତ ଅକ୍ଟୋବର

ଅଣତିରିଶ ତାରିଖ ,

ଶୁକ୍ରବାର ପୁଣି ସଂଧ୍ୟା ସମୟରେ

ବହୁଥିଲା ଅଣଚାଷ ।


ପ୍ରତିଟି ଘଣ୍ଟାରେ ରେଡିଓ ଖବର

ବର୍ଷା ପବନର ତାଳେ ,

ପଲଙ୍କ ଉପରେ ଶୋଇ ରହିଥିଲି

ମା ତାକୁ ଥିଲେ ଜୋରରେ ।


ଚାଳଘର ଥିଲା ପାଣି ଗଳୁଥିଲା

ପାଣିରେ ପୂରିଲା କୋଠରୀ,

ସିଲେଇ ମେସିନ ଘର କୋଣେ ଥିଲା

ମାଡି ବାନ୍ଧୁଥିଲି ଦଉଡି ।


ଦବିଲା ମେସିନ ଛାତିରେ ବାଜିଲା 

ବେହୋଶ ହେଲି କିଛି କାଳ,

ପଞ୍ଚଗୁଣା ତୈଳ ରାତିସାରା ମାରି

ବର୍ଷା ପବନ ରେ ହେଲା ସକାଳ ।


କାନ୍ଥ ପଡ଼ି ଗଲା ରହିବା ଖାଇବା

ସବୁ ହେଲା ଅସୁବିଧା ,

ତିନିଦିନ ଜଳବନ୍ଦୀ ହୋଇଗଲୁ

ସାଂଘାତିକ ହେଲା ମୋର ଅବସ୍ଥା ।


ପାଣି ଛାଡିବାରୁ ମେଡିକାଲ ଗଲି

ଧିରେ ଧିରେ ସୁସ୍ଥ ହେଲି ,

ଅନେଶତ ମହାବାତ୍ୟା ସ୍ମରଣରେ

ଗୋଟିଏ ପାଖୁଡ଼ା କହିଲି ।



Rate this content
Log in