STORYMIRROR

Bhagirathi Pati

Classics

4  

Bhagirathi Pati

Classics

ଶ୍ରୀ ଜଗନ୍ନାଥ

ଶ୍ରୀ ଜଗନ୍ନାଥ

1 min
20


ଆମର ସଂସ୍କୃତି ଆମ ପରମ୍ପରା

ସବୁଠୁ ଉଛ ରେ ରହିଛି,

ମାନବୀୟ ଲୀଳା ପ୍ରଭୁ ଜଗନ୍ନାଥ

ନିଜେ ପରା କରିଥାଆନ୍ତି।


ବାର ମାସେ ତେର ପରବ ପାଳନ

ତାଙ୍କ ପାଇଁ ହୋଇଥାଏ,

ଏକାଦଶୀ ବ୍ରତ ଆଉ କେତେ ବେଶ

ପାଳନ ଯେ ହୋଇଥାଏ।


ବଡ଼ଦାଣ୍ଡ ଠାରେ ଦର୍ଶନ ଦିଅନ୍ତି

ଜନ୍ମ ବେଦୀ ଠାରୁ ଫେରି,

ସ୍ନାନ ସାରି ପ୍ରଭୁ ଶୟନ କରନ୍ତି

ଚାରି ମାସ ଦିନ ଧରି।


ଚାତୁର୍ମାସ୍ୟ ବୋଲି ଗଣା ହୋଇଥାଏ

ଶୁଭ କାର୍ଯ୍ୟ ହୁଏ ନାହିଁ,

କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀ

ଦେବ ଉତ୍ଥାପନ କହି।


ଏହି ଦିନ ପ୍ରଭୁ ନିଦରୁ ଉଠନ୍ତି

ବଡ଼ ଏକାଦଶୀ ଜାଣ,

ଏହି ଦିନ ଠାରୁ ପଞ୍ଚୁକ ଆରମ୍ଭ

ପୁଣ୍ୟ ମିଳେ କାର୍ତ୍ତିକ ର।


ମହାଲକ୍ଷ୍ମୀ ସହ ଭକ୍ତ ଙ୍କୁ ଦର୍ଶନ

ରତ୍ନ ସିଂହାସନେ ଥାଇ,

ଲକ୍ଷ୍ମନାରାୟଣ ବେଶ ହୋଇଥାଏ

ଧୂପ ଦୀପ ଭୋଗ ଦେଇ।


ନିଷ୍ଠା ର ସହିତ ପାଳନ କରନ୍ତି 

ମହିଳା କରନ୍ତି ହବିଷ,

ଏକାଦଶୀ ଠାରୁ ପୁର୍ଣିମା ପର୍ଯ୍ୟନ୍ତ

ଜପନ୍ତି ମନରେ ଗୋବିନ୍ଦ।


ତୁଳସୀ ପତ୍ର ରେ ବିଷ୍ଣୁ ଙ୍କୁ ପୂଜିଲେ

ମିଳିଥାଏ କୋଟି ପୂଣ୍ୟ,

ସମସ୍ତ ଦେବତା ପ୍ରସନ୍ନ ହୁଅନ୍ତି

ସ୍ମରିଲେ ଗୋବିନ୍ଦ ନାମ।

ସ୍ମରିଲେ ଗୋବିନ୍ଦ ନାମ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Classics