STORYMIRROR

Bhagirathi Pati

Others

3  

Bhagirathi Pati

Others

ଅନୁଭବରେ ମହାବାତ୍ୟା

ଅନୁଭବରେ ମହାବାତ୍ୟା

1 min
120


ପ୍ରକୃତିରସେହି କରାଳ ରୂପକୁ

ବର୍ଣ୍ଣିବାକୁ ଭାଷା ନାହିଁ  

ଆଖିର ପଲକେ ସବୁ ଶେଷ ହେଲା

ମହାବାତ୍ୟା ନାମ ନେଇ ।(୧)


ଉଣେଇଶ ଅନେଶତ ଅକ୍ଟୋବର

ଅଣତିରିଶ ତାରିଖ  

ଶୁକ୍ରବାର ପୁଣି ସନ୍ଧ୍ୟା ସମୟରେ

ବହୁଥିଲା ଅଣଚାଷ ।(୨)


ପ୍ରତିଟି ଘଣ୍ଟାରେ ରେଡିଓ ଖବର

ବର୍ଷା ପବନର ତାଳେ  

ପଲଙ୍କ ଉପରେ ଶୋଇ ରହିଥିଲି

ମାଆ ଡାକୁଥିଲେ ଜୋରରେ ।(୩)


ଚାଳଘର ଥିଲା ପାଣି ଗଳୁଥିଲା

ପାଣିରେ ପୂରିଲା କୋଠରୀ 

ସିଲେଇ ମେସିନ ଘର କୋଣେ ଥିଲା

ମାଡି ବାନ୍ଧୁଥିଲି ଦଉଡି ।(୪)


ଦବିଲା ମେସିନ ଛାତିରେ ବାଜିଲା 

ବେହୋଶ ହେଲି କିଛି କାଳ 

ପଞ୍ଚଗୁଣା ତୈଳ ରାତିସାରା ମାରି

ବର୍ଷା ପବନ ରେ ହେଲା ସକାଳ ।(୫)


କାନ୍ଥ ପଡ଼ି ଗଲା ରହିବା ଖାଇବା

ସବୁ ହେଲା ଅସୁବିଧା  

ତିନିଦିନ ଜଳବନ୍ଦୀ ହୋଇଗଲୁ

ସାଂଘାତିକ ହେଲା ମୋର ଅବସ୍ଥା ।(୬)


ପାଣି ଛାଡିବାରୁ ମେଡିକାଲ ଗଲି

ଧିରେ ଧିରେ ସୁସ୍ଥ ହେଲି  

ଅନେଶତ ମହାବାତ୍ୟା ସ୍ମରଣରେ

ଗୋଟିଏ ପାଖୁଡ଼ା କହିଲି । (୭) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍