STORYMIRROR

Bhagirathi Pati

Classics

4  

Bhagirathi Pati

Classics

ଅନୁଶାସନ

ଅନୁଶାସନ

1 min
18


କହିଲେ କହିବ କହୁଛି

ଆଜିକାଲି ଯୁଗ ଏମିତି ହେଲାଣି

କହିବାକୁ ଟିକେ ଡର ଲାଗୁଛି,

ଶାସନ ଭିତରେ" ଅନୁଶାସନ "ଟି

ହଇରାଣ ରେ ପକାଉଛି

କାହାକୁ କହିବି କିଏ ବା ଶୁଣିବ

ଖାଲି ହିନସ୍ଥା ରେ ଘାଣ୍ଟି ହେଉଛି

କଣ ନା କହିଲେ କହିବ କହୁଛି ।


ପରିବାର ମଧ୍ୟେ ଶାସନ ଅଭାବ

ଏଇ "ଡିଜିଟାଲ ଯୁଗ "ହୋଇଛି

ଅନୁଶାସନ ତ ଜମା ହେଉ ନାହିଁ

"ମମି "ଙ୍କ ର ଭାଉ ବଢୁଛି,

ବିଚରା ବାପ ଟା ସଂସ୍କାର ସଂସ୍କୃତି

ମୁହେଁ ମୁହେଁ ଖାଲି ଘୋଷୁଛି 

ଡିଜିଟାଲ ପ୍ରେମ ସଭିଙ୍କୁ ଘାରିଛି

ସମ୍ଭବ କିବା ହେଉଛି,

ହାତ ଗୋଡ଼ ବାନ୍ଧି ବସିଛି

କଣ୍ ନା କହିଲେ କହିବ କହୁଛି ।


ଏବେ ଦପ୍ତର ରେ ଅନୁଶାସନ ଚାଲିଛି

ତଳ କର୍ମଚାରୀ ଘାଣ୍ଟି ହେଉଛି,

ଅନ୍ୟାୟ ଅନୀତି ପଶାପାଲି ପାଖେ

ନ୍ୟାୟ ର ବତି ଟା ମିଞ୍ଜି ମିଞ୍ଜି ଜଳୁଛି

ପେଟ ଚାଖଣ୍ଡକ ପାଇଁ ବଳି ପଡ଼େ

ଈଶ୍ୱର ଙ୍କୁ ତ୍ରାହି ତ୍ରାହି ଡାକୁଛି

ଅନୁଶାସନ ର ପିଞ୍ଜରା ଭିତରେ

ଛଟପଟ ଖାଲି ହେଉଛି,

କାହାକୁ କହିବ କିଏ ବା ଶୁଣିବ

ତଳ କର୍ମଚାରୀ ପରା ହୋଇଛି

କଣ୍ ନା କହିଲେ କହିବ କହୁଛି ।


ପ୍ରତିଟି କ୍ଷେତ୍ର ରେ ଅନୁଶାସନ ର

ବିନ୍ଦୁ ବିନ୍ଦୁ ଯୋଡ଼ା ଯାଉଛି,

ନିଜ ପାଇଁ ସେତ ପାଣି ଗାର ପରି

ଅନ୍ୟ ପାଇଁ ନୀତି ନିୟମ ଅଛି,

ଅନୁଶାସନ ପ୍ରିୟ ହେବା ପାଇଁ କେତେ

ନୀତି ଉପଦେଶ ଦିଆଯାଉଛି

କଣ୍ ନା କହିଲେ କହିବ କହୁଛି 

ନ କହିଲେ ମୁଁ ଯେ ରହି ପାରୁ ନାହିଁ

କହି ଦେଲେ ଟିକେ ଶାନ୍ତି ଲାଗୁଛି

କଣ୍ ନା କହିଲେ କହିବ କହୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics