Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

ଜଳୁଥିବା ନିଆଁ ସୃଷ୍ଟି କରିବ ଝଡ଼

ଜଳୁଥିବା ନିଆଁ ସୃଷ୍ଟି କରିବ ଝଡ଼

1 min
328



ଯେ ଫରକ୍ କରି ଜାଣେ ବିବେକୀ ବିକୃତ 

ଜୀବି କାର୍ଯ୍ୟ ମଧ୍ୟରେ 

ଉଚିତ, ଯଥାର୍ଥ ଉକ୍ତି ମାନଂକୁ ସେଇ ମନୁଷ୍ୟ 

ଉପସ୍ଥାପିତ କରେ ।


ଯେଉଁ ମଣିଷ ବୁଝେ ପ୍ରତ୍ୟେକ ମାନବର 

ଆତ୍ମ ସମ୍ମାନ

ଅନାଚାର ଅତ୍ୟାଚାର ବିରୁଦ୍ଧେ ପ୍ରତିବାଦ 

କରେ ସେ ଜାଣ ।


ସେହି ସବୁ ଯଥାର୍ଥୋକ୍ତିକୁ ସହଜରେ ଯିଏ

ଗ୍ରହଣ କରନ୍ତି ନାହିଁ, 

ସେହି ଶକ୍ତି ତାହାକୁ ସଦା ସର୍ବଦା ଆଖ୍ୟା 

ଦେଇ ଥାଏ ବିଦ୍ରୋହୀ ।


ତାକୁ ବିଦ୍ରୋହୀ ସଜାଇବାରେ ବିବେକୀ 

ମଣିଷକୁ କିଛି ଫରକ୍ ଦିଶେନି

ବିଦ୍ରୋହୀ କହିବା ଏକ ଢାଲ, ଏ ଉକ୍ତିକୁ

ସେ କେବେ ପ୍ରାଧାନ୍ୟ ଦିଏନି ।


ରୀତିମତ ଶତରଞ୍ଜ ଖେଳ ଚାଲେ ବିପ୍ଳବରେ

ବିଦ୍ରୋହୀ ଆଉ ବହୁରୂପୀ ମଧ୍ୟରେ

ଖେଳରେ ବିଦ୍ରୋହୀ ଦେଖେ ବିଭତ୍ସ ଶୋଷଣ, 

ମାନସିକ ଅତ୍ୟାଚାର ତା ଉପରେ ।


ମତାନ୍ତର ଘନୀଭୂତ ହୋଇ ସାଜେ ମନାନ୍ତର, 

ବନ୍ଧୁତା ବଳିପଡେ଼ ମତାନ୍ତର ଆଗରେ, 

ନୀରବେ ସହିଯାଏ, ନଡରେ ସେ କେବେ ସେହି 

ସବୁ ଅହେତୁକ ଧମକରେ ।


ଶୋଷକ ଭାବେ ଅର୍ଥର ଲାଳସା ସାମ୍ନାରେ 

ମୂଲ୍ୟବୋଧ କିଏ ନା ସତ୍ୟ କଣ!

ସେ କାହୁଁ ଜାଣିବ ଭିତରେ ଜଳୁଥିବା ନିଆଁ 

ସୃଷ୍ଟି କରିବ ଝଡ଼, ଯାହ ଏକ ଭିନ୍ନ ।


ଭାବିଛକି ବର୍ତ୍ତିଯିବ ହେ ଅତ୍ୟାଚାରୀ ଶୋଷକ

କେହି ଅକସ୍ମାତ୍ ଝଡ଼ ତଳେ

ଜାଣିନ କି ପାଇନ୍ ପରି ସୁଉଚ୍ଚ ବୃକ୍ଷରାଜିର

ବିଲୟ ହୁଏ ବିତ୍ପାତ ବେଳେ ।



Rate this content
Log in

Similar oriya poem from Abstract