STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ନୀଳଚକ୍ର

ନୀଳଚକ୍ର

1 min
371


ନୀଳଚକ୍ର ନୀଳ ପର୍ବତ

ଫରଫର ଉଡୁଛି ନେତ

ପତିତପାବନ ପତାକା

ଭାବଭରା ଭକତ ରଙ୍କା

ଦୂରରୁ ତ ଦେଖି ଭକତ

ପ୍ରଣିପାତ କରଇ ସେତ 

ନୀଳଚକ୍ର ନୀଳ ସୁନ୍ଦର

ଦେଖି ନେତ୍ର ହୁଏ ପବିତ୍ର

ନହୋଇଲେ ପ୍ରଭୁ ଦର୍ଶନ

ବିଚଳିତ ହୁଅଇ ମନ

ନୀଳଚକ୍ର ନେତକୁ ଦେଖି 

ତୋଷ ହୁଏ ଏ ଦୁଇ ଆଖି...


ଚକ୍ର ଧରୁଥିଲେ ଶ୍ରୀକୃଷ୍ଣ

ଚକ୍ରପାଣି ଶ୍ରୀନାରାୟଣ

ସେହି ଚକ୍ର ଏ ନୀଳଚକ୍ର

ଅପୂର୍ବ ତା ଶୋଭା ସୁନ୍ଦର

ଧନ୍ୟ ସେହି ଶିଳ୍ପୀ ମହାନ

ନୀଳଚକ୍ର କଲେ ନିର୍ମାଣ 

ଗଢା ସେତ ଅଷ୍ଟ ଧାତୁରେ

ଉଚ୍ଚତା ଯେ ବାର ଫୁଟରେ

ସାତଫୁଟ ବ୍ୟାସ ତାହାର

ଆଠଗୋଟି ଅଛଇ ପର

ଉତ୍କଳର ଉତ୍କର୍ଷ କଳା

କାଳିଆମୋ ଲଗାଏ ଲିଳା ....


ମହାପ୍ରଭୁଙ୍କ ପାସେ ଯଦି

ନହୋଇ ପାରେ ଭୋଗ ଲାଗି

ଚକ୍ରରାଜଙ୍କୁ ଅରପଣ

ପ୍ରସାଦ ହୁଏ ସମର୍ପଣ

ଚକ୍ର ମଣୋହି ଅଟେ ସେତ

ଚକ୍ର ଯେ ସ୍ବୟ°ଜଗନ୍ନାଥ

ପିଠା ମିଠା ଯେ କେତେ ଜାତି

ପ୍ରଭୁଙ୍କ ପାଇଁ ହୁଏ ନିତି

ଚକ୍ରଙ୍କୁ ସମର୍ପିତ ହୋଇ

ମହାପ୍ରସାଦ ହୁଏ ସେହି

ନୀଳଚକ୍ର ର ନୀଳକାନ୍ତି

ଦର୍ଶନେ ହୁଏ ମନ ଶାନ୍ତି...


ପତିତ ଉଦ୍ଧାର ନିମିତ୍ତ

ନୀଳଚକ୍ରରେ ଉଡେ ନେତ

ଚାଳିଶ ଫୁଟର ବାଉଁଶ

ଆବୋରେ ଚକ୍ର ମଧ୍ୟ ଦେଶ

ବାଉଁଶେ ନେତ ବନ୍ଧାଯାଏ

ଦୂରରୁ ଦୂର ଦେଖାଯାଏ 

ଚକ୍ରେ ଯଦି ନଥାଏ ନେତ

ନୀତିରେ ତ ହୁଏ ବିଭ୍ରାଟ

ପ୍ରଭୁଙ୍କ ପାଖରେ ସେଦିନ

ହୁଏନାହିଁ ଭୋଗ ଅର୍ପଣ

ବିଧିବିଧାନ ଭାବ ଭକ୍ତି

ଭକ୍ତିରେ ହୁଏ ପ୍ରଭୁ ପ୍ରାପ୍ତି....


ବାନା ଯେ ପତିତ ପାବନ

ଶୋଭଇ ମନ୍ଦିର ମଥାନ

ନାଲି ହଳଦୀ ଅବା ଧଳା

ନେତର ରଙ୍ଗ ଅଟେ ଭଲା

ନେତ ମଝିରେ ଚନ୍ଦ୍ରବିନ୍ଦୁ

ତୋଷ ହୁଅନ୍ତି କୃପାସିନ୍ଧୁ

ମାତ୍ର ଗୋଟିଏ ଦିନ ପାଇଁ

ନେତ ଯେ ଚକ୍ରକୁ ଶୋଭଇ

ପୁରୁଣା ନିତି ଓହ୍ଲା ଯାଏ

ନୂଆ ପତାକା ବନ୍ଧାଯାଏ

ଗରୁଡ ସେବକ ନିଇତି

ନେତ ଉଲାଗି କରିଥାନ୍ତି....


ନିତି ସଞ୍ଜେ ବଦଳେ ନେତ

ଚାହିଁରହିଥାନ୍ତି ଭକତ

ପ୍ରଭୁଙ୍କର ନାମ କିର୍ତ୍ତନ

ଉଛୁଳେ ଗଗନ ପବନ

ଗରୁଡ ସେବକ ଭକତ

ସେ ପରା ବଡ ପୂଣ୍ୟବନ୍ତ

 ମନ୍ଦିର ମଥାନ ଚଢନ୍ତି

ନେତ ଯେ ନିତି ବଦଳାନ୍ତି

ଅନେକ ନେତ ହୁଏ ବନ୍ଧା

ଭାବ ଭକ୍ତିରେ ହୁଏ ଛନ୍ଦା

ଅପୂର୍ବ ସେହି ନିତ୍ୟ ଲିଳା

ଧନ୍ୟ ହେ ପ୍ରଭୁ ଚକାଡୋଳା


 ନୀଳଚକ୍ର ନୀଳ ସୁନ୍ଦର

ଜ୍ଞାନଗୁଣ ଆତ୍ମ ବିଭୋର

ଧ୍ୟାନ ଧର୍ମ କର୍ମ ବିଚାର

ଚକ୍ର କରେ ମନକୁ ସ୍ଥିର

ଦେବ ଆୟୁଧ ଦିବ୍ୟଶକ୍ତି

ଗତି ଅଗତି ଭାବ ଭକ୍ତି

ଗତି ପ୍ରଗତି ନିଦର୍ଶନ

ନିତ୍ୟ ନୂତନ ଚିରନ୍ତନ

ପତିତ ପାବନ ନେତ ଯେ

ଶକ୍ତି ଭରେ ପ୍ରାଣ ଶ୍ରୋତେ ଯେ

ସବୁ ସେହି ପ୍ରଭୁଙ୍କ ଲିଳା

ଦୟାମୟ ଶ୍ରୀ ଚକାଡୋଳା ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics