STORYMIRROR

Kabiratna Nutan Kumar Behera

Classics

3  

Kabiratna Nutan Kumar Behera

Classics

ମାଆ ତୋର ପାର୍ବଣେ

ମାଆ ତୋର ପାର୍ବଣେ

1 min
230


ମାଆ ତୋର ପାର୍ବଣେ

         କରୁଛି ମିନତି ମୁଁ ମୁଢମତି

ତୋ ଶ୍ରୀଚରଣେ..

      ଅନ୍ତରରୁ ଢାଳେ ମୋର ଭକତି

ରହି ଶରଣେ...

       ମାଆ ତୋର ପାର୍ବଣେ...।୦।

ମାଆ ତୁହି ମମତାର ସିନ୍ଧୁ

        ତୋ କରୁଣାର ମୁଁ ଏକ ବିନ୍ଦୁ,

ଜଗତକୁ ତୋ ପଣତେ ବାନ୍ଧୁ

      ସଦା ତୁ ସୁଧାଧାରା ଝରାଉ।୧।

ନାଶିଲୁ ପାପୀ ମହିଷାସୁର

       ସଂସାରକୁ କଲୁ ମା' ଉଦ୍ଧାର,

ଅଭୟଦାୟିନୀ ବ୍ରହ୍ମାଣ୍ଡର

   ତୋ କଲ୍ୟାଣେ ସୁର ବୀର ନର।୨।

ମାଆ ତୋର ପାର୍ବଣେ...

ଆଶ୍ଵନେ ଆସିଛୁ ଅବତରୀ

      ଆଶିଷ ଦେ ମାଆ କୃପା କରି,

ଜୀବନ ଜଞ୍ଜାଳେ ହୁଏ ଘାରି

       ଭବ ସାଗରରୁ କର ପାରି।୩।

ତୋ ପାଶେ ମାଆ ମୋ ଗୁହାରି

       ଜୀବନ ଯୁଦ୍ଧେ ଯିବି ନି ହାରି,

ମଙ୍ଗଳ କରୁଥିବି ସବୁରି

     ଆଶା ଦେ ସଭିଙ୍କ ପୂର୍ଣ୍ଣ କରି।୪।

ତୋର ପାର୍ବଣେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics