STORYMIRROR

Prasant Nath

Classics

4  

Prasant Nath

Classics

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
309

ସତ୍ୟ ଦୟା କ୍ଷମା ସହନଶୀଳରେ

  ଜୀବନକୁ ଯିଏ ଗଢେ

ସମାଜ ଆଗରେ ସଚ୍ଚୋଟ ପଥରେ

   ଆଦର୍ଶ ଜୀବନ ଚଢେ। 


ପିତା ମାତା ଗୁରୁ ଗୁରୁଜନଙ୍କୁ ଯେ

   କରୁଥାଏ ସେବା ଭକ୍ତି

ଆଦର୍ଶ ଜୀବନ ପ୍ରାପ୍ତ ହେବା ପାଇଁ

  ମିଳିଥାଏ ସଦା ଶକ୍ତି। 


ପର ଦୁଃଖ ଦେଖି କାନ୍ଦେ ଯା ପରାଣ

   ବଢାଏ ସାହସ ହାତ

ର୍ନିଦ୍ଵୋନ୍ଦ ରେ ସେହି କରୁଥାଏ ସେଵା

   ଥାଉ କି ନଥାଉ ବିତ୍ତ। 


ଆଦର୍ଶ ଜୀବନ ଵହୁ କଷ୍ଟ ମୟ

  ଧୈର୍ଯ୍ୟ ନରଖିଲେ ଧରି

ପାରିବ କି ଛୁଇଁ ସେ ଆଦର୍ଶ ଛବି

  ଜୀଵନ ଗଲେ ଵି ସରି। 


କେତେ କୁଟିକମ ନିଃଷ୍ପାପ ଜୀବନ

   ଆଦର୍ଶ ଜୀବନ ଏହି

ସତ୍ୟ ଧର୍ମ ପଥେ ଗଢେ ଯେ ଚରିତ୍ର

   ସୁଖେ ଅବା ଦୁଃଖେ ରହି। 


କୀଟ ତରୁ ଲତା ଜୀଵଙ୍କୁ ଆଦରି

  ହୃଦୟରେ ଭରି ପ୍ରେମ

ଘୃଣା ଭାବ ଭୁଲି ସମଭାବ ବରି

   କରୁଥାଏ ସଦା କାମ। 


ସମାଜ ମଙ୍ଗଳ ଚିନ୍ତାରେ ନିମଗ୍ନ

   କର୍ମ କରେ ଅନୁକ୍ଷଣେ

ଭେଦଭାବ ଭୁଲି ଆପଣା ପଣରେ

  ହଜାରରେ ଥାଏ ଜଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics