STORYMIRROR

Prasant Nath

Classics

3  

Prasant Nath

Classics

ପୌରୁଷ

ପୌରୁଷ

1 min
154


ପୁରୁଷ ଜନମ ପାଇ ଗଲେ କେହି

   ନୁହଇଁ ପୌରୁଷ ଧାରି

ଵୁଦ୍ଧି ବଳ ଘେନି ଚାଲୁଥିଲେ ପଥ

  ହୁଅଇ ପୌରୁଷ କାରି। 


ନୀତି ନୈତିକତା ଭୁଲେ ନାହିଁ କେଵେ

  ରଖେ ପୁରୁଷ ମର୍ଯ୍ୟାଦା

ପ୍ରତିକୂଳେ ଥାଇ ହାରେ ନାହିଁ କେଵେ

   ଧର୍ମକୁ ରଖଇ ସଦା। 


ରାଜା ମହାରାଜା ହେଇ ଥାଏ ଯିଏ

  ଥାଏ ତା'ର ଏକ ଗଡ଼

ପୋୖରୁଷ ଜନର ନଥାଇ ବି କିଛି

   ଦମ୍ଭ ତା'ର ସପ୍ତଗଡ। 


ପୁରୁଷ ହେଇଣ କରିଥାଏ ଯିଏ

  ନାହିଁ ତ ପୋୖରୁଷ ଜାଣ

ଅଦମ୍ୟ ସାହସ ଶକତି ବଳରେ

  କରିଥାଏ ମନ ଟାଣ। 


କର୍ମକୁ ଡରିଣ କରଇ ବାହାନା

   ନୁହେଁ ସେ ପୁରୁଷେ ଗଣା

ପ୍ରତି ମୁହୂର୍ତ୍ତରେ ଜୀଵନ ତାହାର

  ହେଉଥାଏ ବାଟ ଵଣା। 


ପ୍ରତିକୂଳେ ଥାଇ ଯେ ଜିତେ ଜୀବନ

  ସେ ହିଁ ତ ପୈାରୁଷ ଜାଣ

ବଳ ବୀର୍ଯ ଶ୍ଵୋର୍ଯ ହୁଏନି ନିହତ

  ଆହାତ ହୁଅଇ ପ୍ରାଣ। 


ମରିବି ଅମର ପୌରୁଷ ତାହାର

  ଦୁନିଆଁରେ ନାମ ରହେ

ଜୀଵନ ଜଞ୍ଜାଳେ ହାରେ ନାହିଁ କେଵେ

   ପୌରୁଷର ପଣ ଵୋହେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics