ପୌରୁଷ
ପୌରୁଷ
ପୁରୁଷ ଜନମ ପାଇ ଗଲେ କେହି
ନୁହଇଁ ପୌରୁଷ ଧାରି
ଵୁଦ୍ଧି ବଳ ଘେନି ଚାଲୁଥିଲେ ପଥ
ହୁଅଇ ପୌରୁଷ କାରି।
ନୀତି ନୈତିକତା ଭୁଲେ ନାହିଁ କେଵେ
ରଖେ ପୁରୁଷ ମର୍ଯ୍ୟାଦା
ପ୍ରତିକୂଳେ ଥାଇ ହାରେ ନାହିଁ କେଵେ
ଧର୍ମକୁ ରଖଇ ସଦା।
ରାଜା ମହାରାଜା ହେଇ ଥାଏ ଯିଏ
ଥାଏ ତା'ର ଏକ ଗଡ଼
ପୋୖରୁଷ ଜନର ନଥାଇ ବି କିଛି
ଦମ୍ଭ ତା'ର ସପ୍ତଗଡ।
ପୁରୁଷ ହେଇଣ କରିଥାଏ ଯିଏ
ନାହିଁ ତ ପୋୖରୁଷ ଜାଣ
ଅଦମ୍ୟ ସାହସ ଶକତି ବଳରେ
କରିଥାଏ ମନ ଟାଣ।
କର୍ମକୁ ଡରିଣ କରଇ ବାହାନା
ନୁହେଁ ସେ ପୁରୁଷେ ଗଣା
ପ୍ରତି ମୁହୂର୍ତ୍ତରେ ଜୀଵନ ତାହାର
ହେଉଥାଏ ବାଟ ଵଣା।
ପ୍ରତିକୂଳେ ଥାଇ ଯେ ଜିତେ ଜୀବନ
ସେ ହିଁ ତ ପୈାରୁଷ ଜାଣ
ବଳ ବୀର୍ଯ ଶ୍ଵୋର୍ଯ ହୁଏନି ନିହତ
ଆହାତ ହୁଅଇ ପ୍ରାଣ।
ମରିବି ଅମର ପୌରୁଷ ତାହାର
ଦୁନିଆଁରେ ନାମ ରହେ
ଜୀଵନ ଜଞ୍ଜାଳେ ହାରେ ନାହିଁ କେଵେ
ପୌରୁଷର ପଣ ଵୋହେ।।
