STORYMIRROR

Prasant Nath

Classics

4  

Prasant Nath

Classics

ସଂସାର ବନ୍ଧନ

ସଂସାର ବନ୍ଧନ

1 min
398


ଏ ସାରା ବ୍ରହ୍ମାଣ୍ଡେ ସଂସାର ବନ୍ଧନେ

   ହୋଇଛନ୍ତି ସର୍ଵେ ଵନ୍ଧା

ଅଦୃଶ୍ୟ ରଜୁରେ ଏ ଵନ୍ଧନ ଛନ୍ଦା

   ନାହିଁ ଫାଶ ଗଣ୍ଠି ଭନ୍ଦା। 


ସଂସାର ବନ୍ଧନ ଅତିବ ସୁନ୍ଦର

   ମିଶି ରହୁଥିଲେ ପରା

ରମଣୀ ରତନ ସ୍ଵାମୀ ପ୍ରିୟତମ

   ପିରତିର ମଧୁ ଝରା। 


ସଂସାର ବନ୍ଧନେ ନାହିଁ ତ ଶିକୁଳି

   ତଥାପି ସଂସାରେ ଵନ୍ଦୀ

ଏ ଵନ୍ଦୀରେ ମିଳେ ପରମ ଆନନ୍ଦ

   ସମ୍ପର୍କ ଶିକୁଳି ପିନ୍ଧି। 


ସଂସାର ବନ୍ଧନ ଆତି ନିବିଡତା

   ଅନ୍ୟ ଵନ୍ଧନରେ ନାହିଁ

ଏ ଵନ୍ଧନେ ଵାନ୍ଧି ରହୁଥିଲେ ନିତ୍ୟ

   ଜୀଵନର ଦୁଃଖ କାହିଁ। 


ମଣିଷ ଜୀଵନେ ଭରସା ବିଶ୍ଵାସେ

   ସଂସାର ବନ୍ଧନ ଗଢା

ରେଶମୀ ଡୋରୀଠୁ ଆହୁରି ସେ ସୂକ୍ଷ୍ମ

   ତା ଦେହରେ ହୋଇ ଚଢା। 


ଅତି ଦୁଢତର ଏ ଵନ୍ଧନ ସତେ

   ଫିଟେନି ସହଜେ କେବେ

କାମ କ୍ରୋଧ ଲୋଭ ବଢାଏ ପିପାସା

   ତୃଷ୍ଣା ମେଣ୍ଟିନାହିଁ ଯେଵେ। 


ସଂସାର ବନ୍ଧନେ ଥିବ ଯେଵେ ତୁମେ

   ସବୁତ ଲାଗେ ଆପଣା

ବନ୍ଧ ଭାଙ୍ଗି ଯେଵେ ଆତ୍ମା ଉଡିଯାଏ

   ସଂସାର ହୁଏ ଅଜଣା। 


ତଥାପି ଆତ୍ମୀୟ କରନ୍ତି ରୋଦନ

   ସ୍ମୃତିକୁ ସାଇତି କରି

ଅତୁଟ ଵନ୍ଧନ ଜୀଵନ ମରଣେ

   ହେଉଥାଏ ସଦା ଝୁରି।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics