STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଗୁମୁରି କାନ୍ଦୁଛି ଭାରତ ମାଆ

ଗୁମୁରି କାନ୍ଦୁଛି ଭାରତ ମାଆ

2 mins
395


ଭାରତ ମା କାନ୍ଦୁଛି, ଗୁମୁରି ଗୁମୁରି

ସେଇ କାନ୍ଦ ପଛର କାରଣ ବି ଅଛି

ସେଇ କାରଣ କୁ ବୁଝିବାକୁ ହେବ

କିଛି ନ ବୁଝି ଖାଲି କହିଲେ ହେବନି

କଥା କହିବାର ଚାତୁରୀ ଦେଖେଇ

କିଏ କହୁଛି ଆଚ୍ଛା ଦିନ ଆସିବ

କିଏ କହୁଛି ଆପଣ ମାନେ ଖୁସୀ ତ !!


କିଏ ଖୁସିରେ ଅଛି !

ଯେଉଁଠି ମା କାନ୍ଦୁଛି ଗୁମୁରି ଗୁମୁରି

ପିଲାମାନେ ଆଉ ଖୁସି ପାଇବେ କେଉଁଠି

ହଁ,ଭଲ ଦିନ, ଆଚ୍ଛା ଦିନ ଆସିବ ବୋଧେ !!

ସେଇ ଆଶାରେ ହିଁ ରହିଛି ଜୀବନ ।


ପରାଧିନତା ରୁ ମୁକ୍ତି ପାଇ ଏ ଭାରତ ମାତା

ଚାହିଁଥିଲା ରାମ ରାଜ୍ୟ ର ଶାସନ ଓ ଶାସକ

କ୍ଷମତା ବଳରେ ସବୁ ଶାସକ ହେଲେ ବଳୀୟାନ

ନିଜ ସ୍ବାର୍ଥ ଚିନ୍ତା ସହ ରାଜା ଭଳି ଜୀବନଯାପନ

ଫମ୍ପା ଭାଷଣ ଓ ପ୍ରତିଶୁତି ସହ କ୍ଷମତା ହାସଲ

ପରେ ବିକାଶ ନାଁ ନେଇ ମାଳମାଳ ଯୋଜନା

ଗରିବ ଶବ୍ଦ ର ନାମ ବିକାଶ ସହିତ ଯୋଡି

ବାଟମାରଣା ହେଉଛି ଯୋଜନା ର ରାଶି

ଯା' ର ଲାଭ ବେଶି,ସେଇ ହିଁ ଖୁସି

ଅନ୍ୟ ମାନେ ଚାହିଁଛନ୍ତି ସେଇ ଆଚ୍ଛା ଦିନ।


ପରିବେଶ ସମ୍ପୂର୍ଣ୍ଣ ବଦଳି ଯାଉଛି

ଜଙ୍ଗଲ ପାହାଡ ସବୁ ସମତୁଲ

ଜଙ୍ଗଲ ରୁ ଗଛ କାଟି ସଫା

ପାହାଡ ରୁ ପଥର କାଢ଼ି ପାହାଡ ବିଲୋପ

କଳ କାରଖାନା ର ବର୍ଜ୍ୟ ବସ୍ତୁ ଜଳ ରେ କ୍ଷେପଣ

ନଦୀ ଜଳ ସମ୍ପୂର୍ଣ ଦୂଷିତ

ପବନ ରେ ଧୂଆଁ ଆଉ ଧୂଳି

ଋତୁ ଚକ୍ରରେ ପରିବର୍ତ୍ତନ ର ସ୍ୱର

ଠିକ୍ ସମୟ ରେ ବର୍ଷା ର ଦର୍ଶନ ମିଳୁନି

କେଉଁଠି ବାଦଲ ଫାଟି ପ୍ରବଳ ବର୍ଷା

ବର୍ଷାର ର ପ୍ରବଳତା ରୁ ବାତ୍ୟାର ବିଭୀଷିକା

ଧନ ଜୀବନ ହାନିର କରୁଣ କାହାଣୀ

ବର୍ଷା ବିହୁନେ ମରୁଡି ର ଚିତ୍ର

ପାଣି ପାଇଁ ହାହାକାର କେଉଁଠି ନା କେଉଁଠି।


ମଣିଷ କୃତ ବନ୍ୟା ର ଭ୍ରମ ଟିକିଏ ବର୍ଷାରେ

ପୁଣି ବଡ ବଡ ସହରରେ

ମୁମ୍ବାଇ ଚେନ୍ନାଇ ଆଉ ଭାରତର ରାଜଧାନୀ ଦିଲ୍ଲୀ

ବର୍ଷା ହେଲେ ଜଳ ବଳୟ ଭିତରେ

ଜଳ ନିଷ୍କାସନ ପଥ ଅବରୋଧ,ହୋଇଛି ହେଉଛି

ସହରୀ ବିକାଶ ନାଁ ରେ ,ଜଳ ବଳୟ ବିକାଶ।


ସମାଜରେ କୁସଂସ୍କାର ଏବେ ବି ରହିଛି

ଦେବୀ ଆରାଧନା ଆଢ଼ୁଆଳେ ନିରୀହ ପଶୁବଳି

ଧର୍ମ ନାମରେ ବେପାର ବଣିଜ

ଧାର୍ମିକତା ର ମୁଖା ପିନ୍ଧି ଭଣ୍ଡ ସାଧୁ ବାବା

ତନ୍ତ୍ର ମନ୍ତ୍ର ଆଢ଼ୁଆଳେ ଶୋଷଣ ଚାଲିଛି

ଭାଇଚାରା ମନୋଭାବ କ୍ଷୁର୍ଣ୍ଣ ହେଉଅଛି।


ଶିକ୍ଷା ନାମରେ ମାଳମାଳ ଅନୁଷ୍ଠାନ ଗଢା

ଶିକ୍ଷା ଶେଷ ରେ ବେକାରୀ ଜୀବନ

ନୈତିକ ଶିକ୍ଷା ନାହିଁ ଶିକ୍ଷା ଅନୁଷ୍ଠାନେ

ଶିକ୍ଷିତ ଯୁବକ ର ଆତଙ୍କବାଦୀ ଭାବନା ଉଦ୍ରେକ

ଜୀବିକା ବିହୁନେ ଜୀବନ କଦର୍ଯ୍ୟ।


ମା,ଝିଅ,ବୋହୂ ଅସୁରକ୍ଷିତ ଘରେ ଓ ବାହାରେ

ଯୌତୁକ ଜନିତ ନିର୍ଯ୍ୟାତନା ଚିତ୍ର

ପାପୀ ର ଲୋଲୁପ ଦୃଷ୍ଟିରେ ଝିଅ ଓ ମହିଳା

ବଳାକ୍ରାର ର ଶିକାର ପ୍ରତି ମୁହୂର୍ତ୍ତରେ

ଦେହ ର ଭୋକ ପାଇଁ ଅନୈତିକ କାର୍ଯ୍ୟ

ବଞ୍ଚି ଥାଉ ଥାଉ ମରିବା ସମାନ।


ହାତ ଗୁଞ୍ଜା ବିହୁନେ ଅଫିସ କାମ ଆଗକୁ ଯାଉନି

ଦୁର୍ନୀତି ନିବାରଣ ସ୍ଲୋଗାନ ବି ଅଛି,ନାମକୁ ମାତ୍ର

ସବୁ ଥିଲା ବାଲାଙ୍କ ପାଖରେ ରେସନ କାର୍ଡ

ଋଣ ଛାଡ ଫାଇଦା ସେଇ ଜମିଦାର ମାଲିକ ର

ଯୋଜନା କେବଳ ଚାଷୀଙ୍କ ନାମରେ।


ନ୍ୟାୟ ବିଚାରଣ ର ଧାରା ସବୁଠୁ ବେଦନା

ବର୍ଷ ବର୍ଷ ଧରି ନ୍ୟାୟିକ ପ୍ରକ୍ରିୟା

ନ୍ୟାୟ ମିଳିବା ଆଗରୁ ପ୍ରାଣ ବି ରହୁନି ପିଣ୍ଡ ରେ

ଅର୍ଥ ଆଉ ବାହୁବଳୀ ଆଢ଼ୁଆଳେ ସବୁ ହେଉଅଛି

ଦୋଷୀ ନିର୍ଭୟ ରେ ଘୁରି ବୁଲୁଅଛି

ଅର୍ଥ ଲାଳସାରେ କଳା କୁ ଧଳା କରୁଛି ଓକିଲ।


ଭାରତ ମାତା କାନ୍ଦୁଛି ଗୁମୁରି ଗୁମୁରି

ଆସ ଭାରତ ମାତା କୁ ସାନ୍ତ୍ୱନା ଦେବା

ଭାରତ ମାତା ନାମ ରେ ଶପଥ କରିବା

ଭାରତ ମାତା ର ଗୌରବ କରିବା

ଭାରତ ମାତା ର ସୁରକ୍ଷା ଆମର ଦାୟିତ୍ବ

ସମାଜ ରୁ ଦୁର୍ନୀତି ହେଉ ନିବାରଣ

ସମ୍ମାନ ର ସହ ନାରୀ ସୁରକ୍ଷା ,ଆମର କର୍ତ୍ତବ୍ୟ

ସର୍ବେ ହେଲେ ସଚେତନ

ଭାରତ ମାତା ର ଆଉ ହେବନି କ୍ରନ୍ଦନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract