STORYMIRROR

Prasant Nath

Fantasy Others

3  

Prasant Nath

Fantasy Others

ଆଧୁନିକ ଗୃହଲକ୍ଷ୍ମୀ

ଆଧୁନିକ ଗୃହଲକ୍ଷ୍ମୀ

1 min
140


ଘର ଭୁଆସୁଣୀ ଘରର ଘରଣୀ

  ସିଏ ପରା ଗୃହଲକ୍ଷ୍ମୀ

ଭୁଲି ସ୍ବାଭିମାନ ହରାଉଛି ମାନ

  ଆଧୁନିକ ଗୃହଲକ୍ଷ୍ମୀ। 


ଶାଶୂ ଭାବୁଥିଲା ଵୋହୂଟେ ଆଣିବି

   ଵଦଳିବ ଗୃହ ଛଵି

ଶାନ୍ତିରେ ନିଶ୍ୱାସ ମାରିଵି ନିଶ୍ଚିତ

   ଦେଇ ଦେଲା ପରେ ଚାବି। 


ଗୃହଲକ୍ଷ୍ମୀ ଵେଶ ନାହିଁ ତା'ର ଲେସ

   ଶାଢୀ ପିନ୍ଧିବାକୁ କଷ୍ଟ

ଶାଶୂ ଯଦି ପଦେ କହିଦିଏ କଥା

   ସଂସାର ହୁଅଇ ନଷ୍ଟ। 


ନୂଆ ଭୁଆସୁଣୀ କରୁନାହିଁ ଲାଜ

  କରୁନାହିଁ ପୂଜା ପାଠ

ସ୍ମାର୍ଟ୍ ବୋହୂଟେ ଖୋଜିକି ଆଣିଛି

   ସ୍ଵାମୀକୁ ଭାବୁଛି କାଠ। 


ଗୃହଲକ୍ଷ୍ମୀ ପରି ହେଉନାହିଁ ସିଏ

   ସତେକି କାଳିଆ ଭାଟ

ଶାଶୂ ଶଶୂରଙ୍କ ସେଵା ଧର୍ମ ଭୁଲି

   କରୁଅଛି ନିତି ନାଟ। 


ସୌନ୍ଦର୍ଯ୍ୟ ସମ୍ପର୍ଣ୍ଣା ଗୃହଟି ତାଙ୍କର

   ହେଲାଣି ତ ଶିରୀ ହୀନ

ଵୋହୂ ମାନୁନାହିଁ କାହାରି କଥାକୁ

  ଵାହାରେ ସର୍ଵଦା ମନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy