STORYMIRROR

Gunanidhi Samal

Romance Fantasy

4  

Gunanidhi Samal

Romance Fantasy

ପ୍ରିୟତମା

ପ୍ରିୟତମା

1 min
408

ତୁମକୁ ମୁଁ' ଆଗୋ ପ୍ରିୟତମା

ଭୁଲିବାକୁ ଚାହିଁଲେ ବି'

ଭୁଲି ପାରୁନାହିଁ,

ତୁମେ କିନ୍ତୁ ଭୁଲିଗଲ ମୋତେ

ସିନ୍ଥିରେ ସିନ୍ଦୁର ନାଇ

ଆଉ କାହାପାଇଁ ।

ତୁମେ ସିନା ଗଢ଼ିବ ସଂସାର

ଅତୀତର ସ୍ମୃତି ପରେ

କରି ଅଭିନୟ,

ମୋତେ କିନ୍ତୁ ନେବାକୁ ପଡିବ

ତୁମପଥେ ଫୁଲବିଞ୍ଚି

ଦୁଃଖଦ ବିଦାୟ।

ସାକ୍ଷୀଥିଲା ମହାଦେବ ବେଢା

ଚୁନାଚୁନା ତାରାଫୁଲ

ସାଥେ ଜହ୍ନରାତି,

ମଥା ଛୁଇଁ ଦେଇଥିଲ କଥା

ଜନମ ଜନମ ପାଇଁ

ହେବାକୁ ମୋ'ସାଥୀ ।

ଆଜି ଏଇ ବିଦାୟ ବେଳାରେ

ଇଛାଥିଲା ଭେଟିବାକୁ

ଏକାନ୍ତେ ତୁମକୁ,

ହେଲେ ତୁମେ ବାତାୟନ ପାଶେ

ଚାହିଁଥିବ ଆଉକା'ରେ

ଫେରିବା ପଥକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance