STORYMIRROR

Gunanidhi Samal

Others

3  

Gunanidhi Samal

Others

ସୂର୍ଯ୍ୟଙ୍କ ଦାଉ

ସୂର୍ଯ୍ୟଙ୍କ ଦାଉ

1 min
116


ଛ'ମାସ ହେଲାଣି ଛଟେଇ ହେଲିଣି

ମନେ ମୋର ନାହିଁ ସୁଖ

ଡର ବି ଲାଗୁଛି ଘରଣୀ ଆଗରେ

ଦେଖାଇବା ପାଇଁ ମୁଖ ।


ଋଷିଆ ୟୁକ୍ରେନ କେମିତି ଲଢେଇ

ଦେଖିଛ କି ନାହିଁ ଭାଇ

ଦେଖିବାର ଇଚ୍ଛା ଯାହାର ଅଛି ହୋ

ମୋ ଘରକୁ ଆସ ଧାଇଁ ।


ମିସାଇଲ ପରି ଏଠାରେ ବି ଉଡେ

ବେଲଣା କାଠି କୁ ଗିନା

ଡ୍ରେସିଙ୍ଗ ଟେବୁଲ ଏଲ ସି ଡି ଟିଭି

ସବୁ ହୋଇଲାଣି ଚୁନା ।


ଘରେ ବସିଥିଲେ ଶାଶୂଝିଅ ମୋର

ହେଉଥାଏ ରାଉ ରାଉ

ବାହାରକୁ ଗଲେ କେମିତି ସହିବି

ତାତିଲା ସୂର୍ଯ୍ୟଙ୍କ ଦାଉ ।


Rate this content
Log in