ପ୍ରୋପୋଜ
ପ୍ରୋପୋଜ


କଲେଜ ଜୀବନ ଭାରି ହୀନିମାନ
ପେରେମ କରିବି ବୋଲି
ଯାହାକୁ ଦେଖିଲି ତାପଛେ ଧାଇଁଲି
ପାଠ ଶାଠ କଥା ଭୁଲି,
ଯାହାପାଖେ ଦିନେ ଆଣ୍ଠେଇ ପଡିକି
ବଢ଼ାଇ ଦେଲି ଗୋଲାପ
ଦୁଇଗାଲେ ସିଏ ଆଙ୍କି ଦେଇଗଲା
ପାଞ୍ଚ ଆଙ୍ଗୁଳିର ଛାପ,
ଲିଭିଗଲା ମୋର ହସ
ଛାଡି ମୁଁ ପାରୁନି ଶାଶୁଝିଅ ଆଗେ
ଆଣ୍ଠେଇ ପଡିବା ଦୋଷ ।