STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Comedy

3  

ଓଡ଼ିଆ ଗଳ୍ପ ଓ କବିତା - ୩

Comedy

ବାଜେ କବିତା

ବାଜେ କବିତା

1 min
12.6K


ମାଆ ମଙ୍ଗଳା ତୋ ସପନ ଆଦେଶେ

ଖୋଜା ହେଲେ ବ୍ରହ୍ମ ଦାରୁ ।

ଗୋଟାଏ ଜିଲ୍ଲା ରେ ତିନିଟା ମିଳିଲା

କାଦୁଅ ଫିଙ୍ଗାଟା ସୁରୁ।

ସାରୁଟା ଭିତରେ ମାରୁ,

ନୋକେ କହୁସୁନ୍ତି ପୋଲା ଦାରୁ ଦେହେ

ଗଢ଼ା ହେଲେ ମହାପୁରୁ।

ଚରଚା ଧରିଛି ଦାରୁ ଚିହ୍ନଟରେ

ହୋଇଅଛି ଫିକିସିଙ୍ଗି।

ଟଙ୍କା ଦେଣନେଣ କିଏ କଣ କଲେ

କରି ମୋବିଇଲି ରିଙ୍ଗି।

ଭଲ ଥେଲା ସେ ଫିରିଙ୍ଗି,

ତାଙ୍କ ଅମଳରେ ଏମିତି ନଥିଲା

କହୁଚି ମୋ ଆଈ ରଙ୍ଗି।

ଦାରୁ ଖୋଜିବାକୁ ଶଗଡି ବଦଳେ

ଏସି କାର୍ ହେଲା ଲୋଡ଼ା।

ଦିନରେ ନ ଯାଇ ରାତିରେ କିମ୍ପାଇଁ

ଗଲେ କହେ ପେମା ବୁଢା।

ଆମେ ତ ମୁରୁଖ ହଡା,

ଅଣ୍ଡ ଅଣ୍ଢ କହି ମେଣ୍ଢାକୁ ଦେଖାଇ

ବୁଝେଇବେ ଷଣ୍ଢ ଛିଡା।

ଜଗନ୍ନାଥଙ୍କର ଶୁଖୁଲି ଭୋଗ ଠୁଁ

ଫଟ ଯାଏଁ ଚାଲେ ବିକିରୀ।

ତୁଳସୀ ବୋଲିକା ବାଇଗବ କାଠ

ମାଳି ବିକେ ଠକ ବେପାରୀ।

ଯାହାଥିଲା ଜମି ଜାଗିରୀ,

ଆମେ ମାଡିବସି କବଲା ବନେଇ

ସରିଲାଣି ସାତ ବିକିରୀ।

ଲାଜ ଲାଗୁନେଇଁ ଫେଏଣି କହୁଚେ

ଆମ ଇଷ୍ଟ ଦେବ କାଳିଆ।

ଯିଏ ଯା ପାଇଲେ ସବୁ ମାରିନେଲେ

ହୁଣ୍ଡି,ଚାବି, ସୁନା ଥାଳିଆ।

ଦେଖ କେଡେ ଦୂରୁବଳିଆ,

ଦାରୁ ଦେହ ତାର ଫିକ୍ସିଂ ହେଲେ ବି

ଚାହିଁଚି ଜଳକା ଭଳିଆ।

ନବ କଳେବର ୟା’ ପରେ ହୋଇଲେ

ଯିବ ନେଇଁ ଦାରୁ ଖୋଜି।

ଭିଡିଓ କଲିଙ୍ଗି କରି ବୁଝିନେବ

କିଏ କେତେ ଦେବେ ଗୁଞ୍ଜି ।

ଥାଉ ପୋଲା ମେଲା ଭେଜି,

ଅନ ଲାଇନିରେ ଦାରୁ ଆସିଯିବେ

ଫ୍ଲିପକାର୍ଟ ଵାଲା ରାଜି।

କାଳିଆରେ ଏବେ ତୋ ସୁରକ୍ଷାଟା

ତୋତେ କରିବାକୁ ହେବ।

ଯାହାକୁ ଭାବୁଚୁ ତୋ ଅଙ୍ଗ ରକ୍ଷକ

ସିଏ ତୋତେ ଖାଇଯିବ।

ଆହେ ଚକ୍ରଧାରୀ ଭାବ,

କଳି ଯୁଗେ କଣ ମଉନେ ବସିବା

ତୁମ୍ଭର ହେଲା ସ୍ଵଭାଵ।

ଜୟ ଜଗନ୍ନାଥ ସ୍ୱାମୀ ।

ତ୍ୱମେବ ଶରଣମ ।

ବ୍ୟଙ୍ଗ ଗୋସେଇଁ


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Comedy