STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

କାହା ପାଇଁ ହଜେ ପାଦର ନୁପୁର

କାହା ପାଇଁ ହଜେ ପାଦର ନୁପୁର

1 min
14.4K


ମହାସ୍ମୀତା


କାହା ପାଇଁ ହଜେ ପାଦର ନୁପୁର

କାହା ପାଇଁ ହଜେ ମୁଁ

ପ୍ରୀତି ମଧୁଶାଳେ ଖୋଜୁଛି ମୁଁ ବସି

ମିଠା ମହକର କୁହୁ

କଥା ଦେଇଥିଲ ଆସିବା ପାଇଁ କି

ଏଇ ମୋର ମନପୂରେ

ବାଟ ଭୁଲି କିମ୍ବା ରହିଗଲ କାହିଁ

ଆଉ କେଉଁ ପ୍ରୀତି ପୂରେ

ଅଭିସାରିକା ମୁଁ ଅନାଇ ବସିଛି

ତୁମ ଫେରିବା ପଥକୁ ଚାହିଁ

ଯେତେ ବୁଝାଇଲେ ଅବୁଝା ମନ ମୋ

ଜମା ସେତ ବୁଝେ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy