STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ମା କାନ ଧରା

ମା କାନ ଧରା

1 min
13.8K


:

==================

ଭୟ ଲାଗେ ମୋତେ ଏବେ

ଶୀତ ସକାଳକୁ

ପିଲା ବେଳେ ସୁରକ୍ଷିତ ମଣୁ ଥିଲି

ମା ର କୋଳକୁ !


ଖରା ବେଳେ ଝାଳ ହେଲେ,

ଝାଳ ପୋଛେ, ଛୋଟ ରୁମାଲରେ

ରୁମାଲ କି ସରି ହେବ

ମା ପଣତ ସାଥିରେ...!


ବର୍ଷା ରେ ଭିଜି ଗଲେ

କାଳେ ମୋତେ ଜ୍ଵର ହବ

କିଏ ନିଜେ ଓଦା ହୋଇ

ବର୍ଷା ପାଣି ମୋ ଆଞ୍ଜୁଳାରେ ଦବ?


କାନ ଧରା ସମୟ ଆଉ ଜମା ନାଇଁ

କାନ ମୋଡା ପର ର ସ୍ନେହ ଆଉ ମିଳୁ ନାହିଁ !


ହାତ ଥିଲେ ଜଖମ,

ସେ ଖୁଆଇ ଦେଉଥିଲା

କେଜାଣି ସେ ସମୟ,

କୁଆଡେ ଯେ ଚାଲିଗଲା?


ପ୍ରଭୁଦତ୍ତ ପ୍ରଧାନ

ଦୁର୍ଗାପ୍ରସାଦ, ନୟାଗଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍