ହଁ ବୁଝିଲି
ହଁ ବୁଝିଲି
ମୁଁ କହିବାକୁ ଚାଁହୁ ଥିବା କଥା
ତୁମେ କହି ଦେଲ
ସେଇଟା ତ ପ୍ରେମ ନୁହେଁ .....
ପକ୍ଷୀ ଟିଏ କିଛି ନ କହିବି
ଆଉ ଗୋଟେ ପକ୍ଷୀ ବୁଝି ପରେ
ତା ମନା କଥା !
ତୁମ ଆଖି ସହ ମୋ ଆଖି
କିଛି ସମୟ ପାଇଁ ମିଶି ଯାଇଥିଲା ସତ
ସେଇଟା ତ ପ୍ରେମ ନୁହେଁ......
ଦୋକାନରେ ବିକ୍ରି ହେଉଥିବା କଣ୍ଢେଇରେ ବି
ଆଖି ଲାଖିଯାଏ କିଛି ସମୟ ପାଇଁ !
ରାସ୍ତାରେ ଗଲା ବେଳେ ତୁମେ କିଛି ସମୟ ପାଇଁ
ଶୋଇଯାଇଥିଲ ମୋ କାନ୍ଧରେ
ସେଇଟା ତ ପ୍ରେମ ନୁହେଁ....
ପାନ୍ଥ ଶାଳା ତ ଅନେକଙ୍କୁ ସାହାରା ଦେଇଛି
କାହାର ତ ହିସାବ ରଖିନି !
ତୁମେ ମୋତେ ଅନେକ କିଛି କହିଛ
ଯାହା କାହାକୁ କୁହା ଯାଇ ନପାରେ....
ସେଇଟା ତ.....
ହଁ ସେଇ ତ, ପ୍ରେମ ମୋ ପାଇଁ
ତୁମ ବିଶ୍ୱାସ !
ପ୍ରଭୁଦତ୍ତ ପ୍ରଧାନ
ନୟାଗଡ,ଦୁର୍ଗାପ୍ରସାଦ