STORYMIRROR

Dharitri Das

Comedy Tragedy

5  

Dharitri Das

Comedy Tragedy

ସରକାରୀ ଡାକତର

ସରକାରୀ ଡାକତର

1 min
526

ଧନ୍ୟ ଆମ ସରକାରୀ ଡାକତର

ତାଙ୍କ କଥା ଶୁଣି ମାଡୁଅଛି ଡର।

ସରକାର ଦିଅନ୍ତି ଦରମା ଭଲ

ରୋଗୀଙ୍କୁ ଏମାନେ ମାଗିଥାନ୍ତି ମୂଲ।

ପରାମର୍ଶ ତାଙ୍କ ନର୍ସିଂହୋମ ଭଲ

ତେବେ କାହିଁପାଇଁ ଯିବା ମେଡିକଲ।

ଦୁଃଖ କଥା କି କହିବି ଭାଇ ଶୁଣ

ଡେଲିଭରି ପାଇଁ ଯାଇଥିଲି ଜାଣ।

ହସପିଟାଲରେ ହେଲି ଆଡ୍ମିସନ

କି କହିବି ଭାଇ ଯେଉଁ ଟେନସନ।

ଡାକତର ସଫା ସଫା କହିଦେଲେ

ହେବନାହିଁ କେବେହେଲେ ନରମାଲ।

ମୁହେଁ ମୁହେଁ କହିଦେଲେ ଛୁଆ ତୋର

ମରିଗଲେ ଦେବୁନାହିଁ ଦୋଷ ମୋର।

ଏମିତିକା କଥା ଶୁଣି ବାର ବାର

କେଉଁ ପରି ସହିବଯେ ଛାତି ମୋର।

ସିଜରିଂ କରି କରିବାକୁ ଜନମ

ନଥିଲା ମୋପାଖେ କିଛି ବି ସକ୍ଷମ।

ବାଧ୍ୟହେଲି ହେବା ପାଇଁ ଘର ମୁହାଁ

ଅଧାବାଟେ ଜନ୍ମିଲା ମୋହର ଛୁଆ।

ନରମାଲ ଆଉ ସୁସ୍ଥ ଓ ସବଳ

ଦେଖ ଭାଇ ଆମ ସରକାରୀ କଳ।

ପରସେଣ୍ଟ ଲୋଭରେ ନର୍ସିଂହୋମକୁ

ପଠାନ୍ତି ସିଏ ନଡରି ଧର୍ମ କର୍ମକୁ।

ଏହିତ ଆମ ସରକାରୀ ଡାକତର

କରନ୍ତି ସେ ରୋଗୀଙ୍କର ଉପକାର।



Rate this content
Log in

Similar oriya poem from Comedy