ଜୟ ମାଆ
ଜୟ ମାଆ
1 min
146
ଥରେଟିଏ ମାଆ ନେବୁକି କୋଳେଇ
ରଖିବୁ ପଣତ ତଳେ
ସେପଣତ ଧରି ଚାଲୁଥବି ମୁହିଁ
ଛାଡିବିନି କେତେବେଳେ ।।
ଝାଡିଝୁଡି ଦେବୁ ତୋ ହାତ ପରଶେ
ପଣତରେ ପୋଛି ମୁହଁ
ଝରି ପଡୁଥିବ ଅମାନିଆ ଲୁହ
ଭାଙ୍ଗି ପଡୁଥିବ କୋହ ।।
ଭାରି ଇଛା ମାଆ ତୋହରି ଚରଣେ
ଥରେଟିଏ ଯାଏ ଶୋଇ
ନ ଭାଙ୍ଗୁ ସେ ନିଦ ନ ପାଉ ସେ ରାତି
ତୁ ଥିବୁ ଚାହିଁ ।।
