STORYMIRROR

Premalata Giri

Comedy Classics

3  

Premalata Giri

Comedy Classics

ଅସ୍ତରାଗ

ଅସ୍ତରାଗ

1 min
192

ବିଶ୍ୱ ମଧୁମୟ ମଂଗଳ ବିସ୍ମୟ 

  ଭଦୟରୁ ଅସ୍ତରାଗେ

ଗୋଧୂଳି ଲଗ୍ନର ମହାସମାରୋହ

ରକ୍ତିମ ଚର୍ଚ୍ଚୀତ ବର୍ଣ୍ଣେ । 


ଅସ୍ତରାଗ ରେଣୁ ଗୋଗୋଷ୍ଠ ଧୂଳିରେ

 ଧୂସରିତ ଆଭା ଶୋଭେ

ଗହିର ବିଲର ବଂଶୀ ସ୍ୱରଧାରେ

   ଗାଁ କ୍ଷେତମୁହଁ ଦିଶେ। 


ମାଟି ମୋହାଚ୍ଛନ୍ନ ଦିଗ୍ ବଳୟ ତଳେ

  କୋଟିଉଛ୍ୱାସ ର ମନେ

ତରୁଶାଖାଡାଳେ ପକ୍ଷୀ ଶାବକର

  ଫେରନ୍ତାମା 'ର କୋଳେ। 


ଛାଇ ଆଲୁଅର ନୁଆଣିଆ ଚାଳ

 ଚଞ୍ଚଳ ଆଖିରେ ଚାହେଁ

ପ୍ରକୃତି ରାଣୀର ରୂପବତୀ  କନ୍ଯା

 ସନ୍ଧ୍ଯା ଅଲିଅଳି ଛୁଏଁ। 


 ଆକାଶ ବୁକୁରେ କେତେ ଚିତ୍ର ଅଙ୍କା

   ଭୂମି ପାଇଁ ଅଭିପ୍ପସାରେ

କନକ ଚମ୍ପାର କମ୍ପିତ ଓଠରେ

 ପତ୍ର ଚିଟାଉରେ ଝୁରେ  । 


 ନାଦ ନିନାଦର ଓଁ କାର ଶବ୍ଦ

   ଶୁଭେ ଗଗନ ପବନେ

ବିନମ୍ର ବିନତୀ ଢାଳି ଦିଏ ପ୍ରିତୀ

  ପ୍ରଭୁଙ୍କର ପାଦତଳେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy