STORYMIRROR

Dharitri Das

Comedy Tragedy

4  

Dharitri Das

Comedy Tragedy

ଚାଳଘର

ଚାଳଘର

1 min
330


ଚାଳଘର ଖଣ୍ଡେ ଥିଲା ଯେ ମୋହର

    ଆଶ୍ରୟ ସ୍ଥଳଟି ଜାଣ

କାହୁଁ ଅଇଲା ସେ ବାତ୍ୟା ତୁଆତୋ ଯେ

    ଭାଙ୍ଗିଦେଲା ତାକୁ ପୁଣ।

ଖୋସାମଦ କରି ବିଜୁ ପକ୍କା ଘର କରି

     ରହିଛନ୍ତି କେତେଲୋକ

ମୋତେ ମିଳେ ନାହିଁ  ତାହାର ସୁବିଧା

     ଜାଣ ସର୍ବେ ସୁବିବେକ।

ବିରୋଧୀ ଦଳର    ସପକ୍ଷରେ ଥିଲି

     ପୂର୍ବ ନିର୍ବାଚନ ବେଳେ

ହରିଲା ପରେ ବି    ଗଲି ନାହିଁ ମୁହିଁ

     ଶରଣ ନେବାକୁ କାଳେ।

ସେଥପାଇଁ ଆଜି     ସବୁଠୁ ଗରିବ

     ରହୁଅଛି ଚାଳଘରେ

ଚାଳଘର ମୋର    ଅମୂଲ୍ୟ ସମ୍ପତ୍ତି

     ସଜାଡିବି ତାକୁ ଥରେ।

ଲୋଡ଼ା ନାହିଁ ମୋର ବିଜୁ ପକ୍କା ଘର

      ଇନ୍ଦିରାଆବାସ ପୁଣି

ବିଭୂ ଆଶୀର୍ବାଦ  ଥାଉ ସଦା ମୁଣ୍ଡେ

      କରିବି ଘର ଛାଉଣୀ।

ସେହି ଘର ମୋର   ସରଗଠୁ ବଳି

     ମୋ ପାଇଁ ବୈକୁଣ୍ଠ ଭାବି

ବଞ୍ଚିଯିବି ମୁହିଁ   ସାରା ଜୀବନ ଯେ

      ଦେଖି ତୁମ ପ୍ରତିଛବି।

ଜଗତର ନାଥ    ତୁମେ ଜଗନ୍ନାଥ

    ଦୟା କରୁଥିଲେ ମୋତେ

ଭୁଲିଯିବି ମୁହିଁ     ସାରା ଦୁନିଆକୁ

    ଦୁଃଖ ଦାରିଆରେ ସତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy