Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Chandra Mudra

Comedy

4  

Prabodha Chandra Mudra

Comedy

କୋଭିଡ-୧୯

କୋଭିଡ-୧୯

2 mins
637


ମଡର୍ଣ୍ଣ ଯୁଗର ସଡନ ରୋଗ ମୁଁ ,

               ନାମଟି ମୋର କୋଭିଡ୍, 

ବଞ୍ଚିବା ଲୋକକୁ ଅତି ସହଜରେ,

                 ନିଏ ଯମପୁର ଭିଡି ।

ନାମଟି ମୋର କୋଭିଡ୍, ନାମଟି


ସାରା ପୃଥିବୀରେ ମୋ ନାମରେ ପରା,

                 ଚହଳ ଯାଇଛି ପଡି ।

ଦୁନିଆରେ ମୋର ନାହିଁ କେ ନିଜର ,

                 ସମସ୍ତଙ୍କୁ ଦିଏ ମାରି ।

ନାମଟି ମୋର କୋଭିଡି, ନାମଟି


ଯାହାକୁ ଧରେ ମୁଁ ଆଣ୍ଟରେ ଜାବୁଡି,

                ତାହାକୁ ନ ଦିଏ ଛାଡି ।

ମୋର ନାମ ଶୁଣି ପିଲାଠାରୁ ବୁଢ଼ା, 

                ବିକଳେ ଛାଡନ୍ତି ରଡି ।

ନାମଟି ମୋର କୋଭିଡି, ନାମଟି


ଦେଶ ବିଦେଶରେ ସବୁଠି ମୋ ଚର୍ଚ୍ଚା,

               ମୋ ବାନା ଯାଉଛି ଉଡି ।

ନାମ ମୋର ଶୁଣି ଦୋକାନ-ବଜାର ,

               ଭୟେ ଯାଏ ତାଲାପଡି ।

ନାମଟି ମୋର କୋଭିଡ, ନାମଟି


ମୋ ପାଇଁ ବହୁତ ଚିନ୍ତା କରିଲୋକେ, 

              ଅକାଳେ ପଡିଲେ ଝଡି ।

ମୋତେ ତଡ଼ିବାକୁ ସରକାର ପରା,

               ବାହାରିଲେ ଅଣ୍ଟାଭିଡି।

ନାମଟି ମୋର କୋଭିଡି,ନାମଟି


ଭୟକରି ମୋତେ ମୁଖେ ତୁଣ୍ଡିବାନ୍ଧି,

            ସାନିଟାଇଜର୍ ହାତେବୋଳି ।

ସୋସିଆଲ ଡିଷ୍ଟାନ୍ସ କରି ମେଣ୍ଟେନାନ୍ସ ,   

                 ଗୃହରେ ରହନ୍ତି ଡରି ।

ନାମଟି ମୋର କୋଭିଡ୍, ନାମଟି


ଲକ୍ ତାଉନ୍ ଆଉ ସଟ୍ ଡାଉନ୍ ରେ 

              ପୋଲିସ କରନ୍ତି ରଡି ।

କୋଭିଡ୍ ଡିଉଟି କରିଣ ତାଙ୍କର 

               ହୋସ ତ ଗଲାଉଡି ।

ନାମଟି ମୋର କୋଭିଡ୍, ନାମଟି


କୋଭିଡ ତଥ୍ୟ ସଂଗ୍ରହ ନାଆଁରେ, 

                  ଅଫିସର ଅଣ୍ଟାଭିଡ଼ି ।

ନିଜ ଡାଇରୀରେ ଲେଖିଲେ ରିପୋର୍ଟ, 

                ଦାମିକିଆ ଗାଡି ଚଢି ।

ନାମଟି ମୋର କୋଭିଡ୍, ନାମଟି


ଅଙ୍ଗନବାଡି ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଯେ,

              କାମରେ ଦ୍ଯନ୍ତି ଘୋଷାରି ।

ବଡ ଅଫିସରଙ୍କ ଆଦେଶ ପ୍ରକାରେ

               କାମ କରନ୍ତି ଡରିମରି ।

ନେତା-ମନ୍ତ୍ରୀ ଆଉ ଡାକ୍ତରମାନଙ୍କ,

               ହେଲା ପୁଷମାସ ପାଳି ।

ଦେଶର ପାଣ୍ଠିକୁ ବଡ କାଇଦାରେ,

               ଦେଇଗଲେ ସବୁ ଗିଳି ।

ନାମଟି ମୋର କୋଭିଡ୍, ନାମଟି


ପ୍ରବାସୀଙ୍କୁ ରଖି କ୍ବାରେଣ୍ଟାଇନ୍ ରେ,

                 ଦିଅନ୍ତି ଘରକୁ ଛାଡି ।

ହୋମ କ୍ବାରେଣ୍ଟାଇନ୍ ରେ ରହି ବାକିଦିନ,

               ଘରେ ହ୍ବନ୍ତି ବାଡାବାଡି ।

ନାମଟି ମୋର, କୋଭିଡ ନାମଟି


କୋଭିଡ ପରୀକ୍ଷା କରିବା ପାଇଁ କି ,

                ଲୋକଙ୍କୁ ଆଣନ୍ତି ଭିଡି ।

ଆଣ୍ଟିଜେନ୍ ଟେଷ୍ଟ କରିଣ ତାକ୍ତର, 

                 ଦେଖାନ୍ତି ବହୁତ ଛଡି

ନାମଟି ମୋର କୋଭିଡ, ନାମଟି


ରୋଗର ଲକ୍ଷଣ ଯଦି ଥାଏ ଦେହେ,

              ଆଦୌ ଚିକିତ୍ସା ନକରି ।

ଔଷଧ ପତ୍ର ନଦେଇ ଡାକ୍ତରର ,

               କରୁଥାନ୍ତି ବେଖାତିରୀ

ନାମଟି ମୋର କୋଭିଡ,ନାମଟି


ରୋଗୀର ସଂକଟାପନ୍ନ ଅବସ୍ଥାରେ, 

                ଆମ୍ବୁଲାନ୍ସେ କରି ଭରି ।

ହସପିଟାଲରେ ଅଳ୍ପଦିନ ରଖି, 

                ସେଠାରୁ ଦିଅନ୍ତି ତଡି ।

ନାମଟି ମୋର କୋଭିଡ,ନାମଟି


ରୋଗୀର ମୃତ୍ୟୁ ହେଲେ ଚିକିତ୍ସାଳୟେ

                ନ ଯାଆନ୍ତି ପାଖ ମାଡି ।

ଘରଲୋକକୁ ଯେ ଶଵ ନଦିଅନ୍ତି,

                ପଡିଥାଏ ଡେଡବଡି ।

ନାମଟି ମୋର କୋଭିଡି, ନାମଟି


ଘୃଣା ପୁଣି ନିନ୍ଦା ଓ ଅବହେଳାର,

             ଅନ୍ୟ ନାମଟି କୋଭିଡ୍ ।

ସମୟ ଆସିଲେ ଏହି ଦୁନିଆରୁ ,

            ମୋ ମୂଳ ଦେବେ ଉପାଡି ।

ନାମଟି ମୋର କୋଭିଡ, ନାମଟି


ମୋ ଭୟରେ ଯେତେ ନ ମରନ୍ତି ଲୋକ,

                ଚିନ୍ତାରେ ଯାଆନ୍ତି ମରି।

ଅତି ଭୟଙ୍କର ସମାଜ ବାସନ୍ଦ, 

               କେହି ତ ନୁହେଁ କାହାରି ।

ନାମଟି ମୋର କୋଭିଡ, ନାମଟି


କୋଭିଡ ଠାରୁ ଯେ ବଡ ମାରାତ୍ମକ, 

              ନେତା-ଅଫିସର-ମନ୍ତ୍ରୀ ।

କରନ୍ତି ଡାକ୍ତର ଅତିଶୟ ଘୃଣା,

            ରୋଗୀ ଆପେ ଯାଏ ମରି ।

ନାମଟି ମୋର କୋଭିଡି, ନାମଟି


ଅତି ଭୟଙ୍କର ବଡ ମହାମାରୀ, 

                ଅଟନ୍ତି ଅମଲାତନ୍ତ୍ରୀ ।

ଦେଶର ସେମାନେ ଭୟଙ୍କର ଶତ୍ରୁ,

              ସାଲ୍ଯୁଟ୍ ମାରେ କୋଭିଡ ।

ନାମଟି ମୋର କୋଭିଡ, ନାମଟି


          


Rate this content
Log in

Similar oriya poem from Comedy