STORYMIRROR

Prabodha Chandra Mudra

Others

4  

Prabodha Chandra Mudra

Others

କୁହୁଡି

କୁହୁଡି

1 min
353

ଏହି ସଂସାରଟା ଏକ ମାୟାର କୁହୁଡି 

ମାୟା ମଣିଷକୁ ସଦା ଧରିଛି ଜାବୁଡି ।।


ଈଶ୍ୱର ସ୍ୱୟଂ ଅଟନ୍ତି ବଡ ମାୟାଧର

ତାଙ୍କରି ଲୀଳା ସମସ୍ତଙ୍କୁ ଅଗୋଚର ।।


ମାୟାର ଜାଲ ବିଛାଇନ୍ତି ଏ ସଂସାରରେ

ସେ ଜାଲରେ ଛନ୍ଦି ହୁଅନ୍ତି ସକଳ ନରେ ।।


ଷଡରିପୁ ଯେ ପ୍ରଥମ ବଡ ମାୟାଜାଲ

ସେ ଜାଲରେ ଛନ୍ଦି ହୋଇ ହୁଏ କଲବଲ ।।


ପତ୍ନୀ-ପୁତ୍ର-ଗୃହ-ଧନ ଏହା ଅଟେ ମାୟା 

ମିଛ କୁହୁଡିରେ ଭାସିଯାଇ ହୁଏ ବାୟା ।।


ବିଷୟ ଲାଳସା ମୋହମାୟାର କାରଣ

ତା'ଲାଗି ମନୁଷ୍ୟ ଦୁଃଖୀ ହୁଏ ନିଶ୍ଚେ ଜାଣ ।।


ଐନ୍ଦ୍ରଜାଲ ସମ ଅଟେ ମାୟାଜାଲ ଦୃଶ୍ୟ

କୁହୁଡିର କୁହେଳିକା ବଳୟ ଅବଶ୍ଯ ।।


କାମନା-ବାସନା-ବିଳାସ-ବ୍ୟସନମାନ

ସଂସାରର ମୋହମାୟାର ଏହି ଲକ୍ଷଣ ।।


ଧନ ଲାଳସାରେ ବଦ୍ଧ ଜଡ଼ିତ ମାୟାରେ 

ଧନ ଅନୁଧାବନେ ପାଏ କଷ୍ଟ ସଂସାରେ ।।


ନଦୀ-ପୋଖରୀ ପହଁରାରେ ମିଳେ ଆନନ୍ଦ

କୁହୁଡିରେ ପହଁରିବା ଅଟଇ ପ୍ରମାଦ ।।


କୁହୁଡିର ଆସ୍ତରଣ ସୃଷ୍ଟି କରେ ଭ୍ରମ 

ଦ୍ବନ୍ଦରେ ପଡି ମନୁଷ୍ୟ ହୁଏ ହଇରାଣ ।।


ଘନ କୁହୁଡି ଏକ ଜଳୀୟ ବାଷ୍ପ ରୂପ 

ପରିବେଶ ହୋଇଥାଏ ଅତ୍ୟନ୍ତ କୁରୂପ ।।


ମୋହିନୀ ନାରୀର ମାୟାରେ ପଡି ମଣିଷ

ପଥଭ୍ରଷ୍ଟ ହୋଇ କରଇ ନିଜର ନାଶ ।।


କୁହୁଡିର ରାସ୍ତା ଅଟେ ଅତି ଭୟଙ୍କର

ସେ ପଥେ ଗମନ ଆଦୌ ନୁହେଁ ଶୁଭଙ୍କର ।।


ମାୟାମୋହ ତ୍ୟଜି କଲେ ମନ ନିୟନ୍ତ୍ରଣ

ଜୀବନ ପଥଟି ନିଶ୍ଚେ ହୋଇବ ନିର୍ବିଘ୍ନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍