ବଦନାମ
ବଦନାମ
ସୁନାମ-ଦୁର୍ନାମ ଦୁଇ ପରିପନ୍ଥୀ
ଦୁର୍ନାମ ଅଟେ ବଦନାମ ।
ଘୃଣା ଓ ନିନ୍ଦାର ହୁଏ ମୁଁ ଶିକାର
ନ ଆସେ କାହାର କାମ ।
ସୁନାମ ବ୍ଯକ୍ତିର ହୁଅଇ ପ୍ରଶଂସା
ହୁଏ ପୁଣି ସମ୍ମାନିତ ।
ସଦା ସ୍ମରଣୀୟ ହୁଏ ସେହି ନର
ହୋଇଥାଏ ସେ ମହତ ।
ସଦାଚାର ସହ ଆଦର୍ଶ କାର୍ଯ୍ଯରେ
ଯେଉଁ ବ୍ୟକ୍ତି ନିୟୋଜିତ ।
ବହୁ ପ୍ରଶଂସାର ଅଧିକାରୀ ହୋଇ
ସୁନାମେ ହୁଏ ପୂଜିତ ।
ଅନ୍ଯାୟ-ଅନୀତି,ଅଧର୍ମ-କୁକର୍ମ
ଏ ସବୁ ଦୁର୍ନାମ ଲକ୍ଷଣ ।
ପାପକର୍ମେ ସଦା ମନ ଯେ ବଳାଏ
ସେ ବ୍ଯକ୍ତିର ହୁଏ ପତନ ।
ଆଜିର ସମାଜେ ବଦନାମ ଏକ
ହେଲାଣି ତ ଅତି ସାଧାରଣ ।
କୁଣ୍ଠାବୋଧ ନାହିଁ କାହାରି ମନରେ
ଭାବନ୍ତି ଏ ଶ୍ରେଷ୍ଠ ସମ୍ମାନ ।
ବଦନାମ ହୋଇ ବି ନାହିଁ ମୁଖେ ଲଜ୍ଜା
କରନ୍ତି କୁକାର୍ଯ୍ଯ ବାରମ୍ବାର ।
ନିନ୍ଦା-ଅପମାନ କିଛି ବାଧେ ନାହିଁ
ତାଙ୍କ ପାଇଁ ଏହା ନିମିତ୍ତ ମାତର ।
ପୁତ୍ର ଯଦି କରେ ନିନ୍ଦିତ କାର୍ଯ୍ୟ
ପିତା ହୋଇଥାନ୍ତି ବଦନାମ ।
ବ୍ଯଭିଚାର କର୍ମ କରିଲେ
କନ୍ଯା ଯେ
ମାତାଙ୍କର ହୁଏ ଦୁର୍ନାମ ।
ନେତା-ମନ୍ତ୍ରୀ ଯେବେ ହୁଅନ୍ତି ଭ୍ରଷ୍ଟାଚାର
ରାଜ୍ୟ ଓ ଦେଶର ବଦନାମ ।
ଉଚ୍ଚ ପଦାଧିକାରୀ କରିଲେ ଦୁଷ୍କର୍ମ
ବିଭାଗ ମୁଣ୍ଡାଏ ଦୁର୍ନାମ ।
ନେତା-ମନ୍ତ୍ରୀ ପୁଣି ଅଧିକାରୀମାନେ
କରନ୍ତି ଅନ୍ଯାୟ-ଦୁର୍ନୀତି କର୍ମ ।
ରିପୋର୍ଟର ଆଉ ମିଡିଆ ଆଗରେ
ସଗର୍ବେ ଚାଲୁଥାନ୍ତି ହୋଇ ବେସର୍ମ ।
କୋଭିଡ-୧୯ ପରି ବିଶ୍ବେ ସଂକ୍ରମିତ
ହୋଇଅଛି ବଦନାମ ।
ସବୁ ନିୟମର ଉର୍ଦ୍ଧ୍ବରେ ରହି ସେ
ନାହିଁ ତାହାକୁ ଯେ ଲଗାମ ।
ଗଳି-ଗଳି ସାହି-ସାହି ବଦନାମ
ଚଳାଇଛି ତା'ର ରାଜ ।
ତା ଠାରୁ ମୁକ୍ତି ପାଇବା ଯେ କଷ୍ଟ
ସେ ନିଜେ ଅଟେ ପରା ଯମରାଜ ।
ବଦନାମ ଗଳିରେ ପାଦ ଦେଲେ ବ୍ଯକ୍ତି
ସେ ନିଜେ ହୁଏ ତ ବଦନାମ ।
ଚାଲିଯାଏ ତା'ର ଇଜ୍ଜତ-ସମ୍ମାନ
ହରାଇଦିଏ ସେ ସୁନାମ ।
ବଦନାମ-ବଦନାମ-ବଦନାମ
ଆମେ ନ ହେବା ତ କେବେ ବଦନାମ
ନିଜର-ଜାତିର ଓ ରାଷ୍ଟ୍ରର ସର୍ବଦା
ରଖିବା ନିଶ୍ଚେ ମାନ-ସମ୍ମାନ ।