STORYMIRROR

Rajesh Kumar Jain

Comedy

4  

Rajesh Kumar Jain

Comedy

ଆଧୁନିକ ଚାଳିଶା

ଆଧୁନିକ ଚାଳିଶା

1 min
26.4K


ଆଧୁନିକ ଚାଳିଶା

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଘର ଘରର କହୁଛି କାହାଣୀ,

ଶୁଣ ରଜା ହୁଅ ବା ଘରଣୀ,

ଘରେ ଘରେ ସ୍ୱାମୀ-ସ୍ତ୍ରୀଙ୍କ ଝାମେଲା,

ସୁଅ ହୋଇଯାଇଛି ଅଠର ନଳା,

ସକାଳୁ ସକାଳୁ ମହାଭାରତ,

ମନେ ପଡୁନାହିଁ ଆଉ ଦଶରଥ,

ପିଲାଙ୍କ ପାଇଁ ନାହିଁ ସମୟ,

ବୁଲିବା, ଫିଲ୍ମ ଦେଖିବାର ନାହିଁ ଭୟ,

ଜଣେ ଅନ୍ୟ ଜଣକୁ କହୁନି ‘ସରି’,

ଗଲେ କିଆଁ ହେବ ଶ୍ରୀକ୍ଷେତ୍ର ପୁରୀ,

ସମସ୍ତେ ଚାହୁଁଛନ୍ତି ସ୍ୱାଧୀନତା,

ପ୍ରତି ଘରେ ଆଜି ଟାଣୁଆ ନେତା,

କଥା କଥାକେ ବାଣ ହୁଏ ଟାଣ,

ନ ପାରିଲେ ପକାନ୍ତି 'ମୋ ରାଣ',

ବାପା-ମା’ଙ୍କ ସେବା ଯାଇଛନ୍ତି ଭୁଲି,

ଦରକାର ନାହିଁ ଘରେ ଆଉ କୁଲି,

ଦେଖାଣିଆ ଯୁଗ ହୋଇଛି ଆରମ୍ଭ,

ପଡ଼ୋଶୀ ଧୂଆଁରେ କିଣିବା ଶୁଭାରମ୍ଭ,

ପ୍ରେମ, ବିଶ୍ୱାସ ଯାଇଛନ୍ତି ଭୁଲି,

ସବୁ ଲାଗୁଛି ଏବେ ପହେଲି,

ସ୍ୱାମୀ-ସ୍ତ୍ରୀଙ୍କର ପବିତ୍ର ବନ୍ଧନ,

ଖାଲି ଏବେ ପ୍ରେମ, ଲୁହର ଇନ୍ଧନ,

ଘରେ ଘରେ ଅଶାନ୍ତିର ସ୍ୱର,

ପରମାଣୁ ବୋମାଠାରୁ ଭୟଙ୍କର,

ବୋଲାଉଛନ୍ତି ରାମ ଆଉ ସୀତା,

ବାହାରେ ବୁଲି କାଟନ୍ତି ଫିତା,

ସମୟ ଠିକଣାର ନାହିଁ ଅତାପତା,

ଘରେ ଅଛି ସୁନ୍ଦରୀ ଘରଣୀ,

ବାହାରେ ସିକନ୍ଦର ପିଉଛି ପାଣି,

ଭିତର ବାହାର ଚକ୍କରରେ କ୍ଲିନ୍ ବୋଲ୍ଡ,

କେଉଁଠୁ କିଣିବ ଏବେ ଗୋଲ୍ଡ ?

ଭାଉଜଟି ଆମର ସଜନା ଛୁଇଁ,

କାନ୍ଦୁଛି ଦିନସାରା କଇଁକଇଁ,

ଭାଗ୍ୟକୁ ସେ ନେଇଛି ଆଦରି,

ଭାଇଙ୍କ ଆଖିରେ ଘର ତରକାରି,

କେହି କାହାକୁ କରୁନାହାନ୍ତି ଟ୍ରଷ୍ଟ,

ଜୀବନ-ଗାଡ଼ି ଚକା ସମ୍ପୂର୍ଣ୍ଣ ବ୍ରଷ୍ଟ,

କେଉଁ ଘରେ ନାହିଁ ଏବେ ଆଦର,

ବୃଦ୍ଧାଶ୍ରମରେ ଜୀବନ୍ତ ଈଶ୍ୱର,

ପ୍ରତ୍ୟାବର୍ତ୍ତନ ହେବ ସମୟର ଧାର,

ବୁଝିନାହାନ୍ତି ଏ ଯୁଗର କୁଳାଙ୍ଗାର,

ଈଶ୍ୱର ବିହୀନ ଆଜିକାର ଘର,

ନର୍କଠାରୁ ବି ଲାଗେ ଭୟଙ୍କର,

ଏ ତ କଳିଯୁଗର ଅଧମ ନର,

ଜଗନ୍ନାଥ ଏମାନଙ୍କୁ କୃପା କର !

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy