ଅନ୍ନଦାତା
ଅନ୍ନଦାତା
ଅନ୍ନଦାତା
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ଦେଶର ଯିଏ ଅନ୍ନଦାତା
ଜୁଇରେ ଜଳୁଛି ତା ଚିତା
ସରମରେ ନଇଁଯାଏ ମଥା
କିଏ ଶୁଣିବ ଏମାନଙ୍କ ବ୍ୟଥା ?
ମହାରାଷ୍ଟ୍ର ହେଉ ବା ବିହାର
ସବୁ ପ୍ରାନ୍ତରୁ ଗୋଟାଏ ଖବର
ଦୁର୍ଦ୍ଦଶାରେ କୃଷକ ପରିବାର
ଆତ୍ମହତ୍ୟାର ଆସୁଛି ଖବର ।
ପ୍ରାକୃତିକ ସମ୍ପଦେ ପରିପୂର୍ଣ୍ଣ ଦେଶ
ଶସ୍ୟଶ୍ୟାମଳା ମାଆର ବେଶ
ଲକ୍ଷ୍ମୀଙ୍କର ଯେଉଁଠାରେ ବାସ
ସେଠି ଆଜି ଚଷା ହତାଶ ।
ପ୍ରାକୃତିକ ବିପର୍ଯ୍ୟୟ କରଇ ରଡ଼ି
କେଉଁଠି ବନ୍ୟା ତ କେଉଁ
ଠି ମରୁଡ଼ି
ଫସଲ ଉଜୁଡୁଛି ଭାଡ଼ିଭାଡ଼ି
ଋଣଗ୍ରସ୍ତ କାନ୍ଦେ ଭେମାରଡ଼ି ।
ଇଣ୍ଡିଆ ସାଇନିଂର କରୁଛେ ପ୍ରଚାର
ଦୀପ ତଳ ଅଟଇ ଅନ୍ଧାର
ବିଦେଶେ ବୁଲି ବାଂଟୁଛେ ଋଣ
ନିଜ ଘର ବ୍ୟବସ୍ଥା ରୁଗ୍ଣ ।
ସମସ୍ୟା ଅଟଇ ଅତି ଗମ୍ଭୀର
ଶୀଘ୍ର ହେଉ ଏହାର ପ୍ରତିକାର
କିଆଁ ରଜା ଆମର ବାକ୍ୟବୀର ?
ଶୁଭୁନାହିଁ ମରଣର ସ୍ୱର ।
ନଦୀକୁ ନଦୀ ଯୋଡ଼ିବାର
ବିନା ସୁଧରେ ଋଣର ହାର
ଉପଯୁକ୍ତ ବଜାର, ଶୀତଳ ଭଣ୍ଡାର
ସମାଧାନ ରାସ୍ତା ଅଟେ ଏହାର ।
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****