ଅର୍ଥ ତ ସବୁ, ଆମର ଯା ଆସ ନାହିଁ
ଅର୍ଥ ତ ସବୁ, ଆମର ଯା ଆସ ନାହିଁ
ଲୋକେ ଯେତେବେଳେ ବାହା ବାହା ବୋଲିବେ
ତୁମକୁ, କିଛି ତୁମେ ନ ଭାବିବ
ନିଜର ପ୍ରଶଂସା କରନ୍ତି ଯେହେତୁ କାହିଁକି ଆଉ
ନିଜର ବିବେକକୁ ପଚାରିବ ।
ମନ୍ଦ ଅବା ଭଲ କାମ ହେଉ, ନଜାଣି ତୁମେ କର୍ମ
କରି ଯିବ ଭଉଣୀ ଭାଇ
ନିନ୍ଦା ପ୍ରଶଂସାରେ ଯା ଆସ ତୁମର ନାହିଁ, ତେଣୁ କିଛି
କେବେ ମନେ ଭାବିବ ନାହିଁ ।
ମନରେ ଭାବିବ ସମସ୍ତେ, ଏ ଦୁନିଆରେ ଅର୍ଥଠୁ ବଡ
ତ ଆଉ କେହି ନାହିଁ
ଅର୍ଥ ତ ସର୍ବସ୍ୱ, ହୋଇ ଅର୍ଥରେ ଅନ୍ଧ, ଅର୍ଜନରେ ଲାଗି
ରହ, ବିଦ୍ୟା ବୁଦ୍ଧି ଦରକାର ନାହିଁ ।
ଶାସକର ସମସ୍ତ କୁଟିଳ ହସର ପବନରେ ତୁମେ
ହଜାଇଲେ ତୁମର ସତ୍ତା
ଅର୍ଥ ସବୁଠାରୁ ବଡ ଧନ, କୁହ ଦରକାର ନାହିଁ ସତ୍ୟ,
ନ୍ୟାୟ ଆଉ ପବିତ୍ରତା ।
ଆମେ ଯେତେ ଚତୁର୍ଥ ସ୍ତମ୍ଭର ଖମ୍ବ ପାଲଟିଛେ ସ୍ୱାର୍ଥ
ପଛେ ଚାଲ ଯିବା ଧାଇଁ
ରାଜନେତାର କଳା କାରବାର ଦୁନିଆ ନଜାଣୁ, ସେଥି
ପାଇଁ ଆମେ କଣ ଦାୟୀ ।
ବିଦ୍ୟାଳୟରେ ଦିଆ ଚାଲିଛି ପଚା ଅଣ୍ଡା, ପୋକା ଡାଲି
ସହ ଗମୁଆ ଚାଉଳ ଭାତ
ଖାଇ ପିଲା ବଢିବେ ପଢିବେ, ଆମେ ସାମ୍ବାଦିକ, ସେଥି
ରେ ନାହିଁତ ଆମର ହାତ ।
ଅର୍ଥ ତ ସର୍ବସ୍ୱ, ବାରାଙ୍ଗନା ହୋଇ ଭୁଲ କି କଲି, ରାତ୍ରିର
ପିଆଲା ଭରୁଛି ଚମକ ଚାହାଣି ଦେଇ
ପ୍ରଶାନ୍ତ ଚିତ୍ତରେ ଚିନ୍ମୟ ମୁଖରେ, ହୃଦୟକୁ ମୋର ସମର୍ପି
ଦେଇଛି ଅଭିସାରିକା ହୋଇ ।
ସୀମିତ ଏହି ଜୀବନ, ହେଉ କଳୁଷ ମାଧ୍ୟମ, ମୁଁ ତ ଏକା
ଯିଏ ରଣକ୍ଷେତ୍ରରେ କରେ ରଣ ପ୍ରତି ମୁହୂର୍ତ୍ତର
ଭାଗ୍ୟ କରେ ଫେଡ଼ାଣ, ଲଲାଟ ଲେଖନ ଗାର ପରା
ଗୋଟିଏ, ତେବେ ମୋର ଭୁଲକୁ କିମ୍ପାଇ ଧର ।