STORYMIRROR

LALIT MOHAN DASH

Comedy Romance Tragedy

3  

LALIT MOHAN DASH

Comedy Romance Tragedy

ନୂଆ ସକାଳ

ନୂଆ ସକାଳ

1 min
198


ଅନ୍ଧବିଶ୍ୱାସର ଅନ୍ଧଗଳିରେ 

ଅଣନିଃଶ୍ୱାସୀ ମଣିଷ

ସବୁର ମୂଲଚାଲ ଚାଲିଛି 

ପ୍ରତାରକ ମାନେ ଧାଡ଼ିବାନ୍ଧି

ଠିଆ ହୋଇଛନ୍ତି 

ଲୁଟିବାର ସବୁ ଫନ୍ଦୀ ଜଣା 

ସ୍ୱାର୍ଥ ସର୍ବସ୍ୱ ଦୁନିଆରେ

କିଏ ବା କାହାର !!!


ବଞ୍ଚିବାର ଦୁର୍ବାର ଭାବନା 

ଭାଙ୍ଗିଯାଏ ଠୋକର ଖାଇ 

ଅବିଶ୍ୱାସର ପଥରରେ 

ସରଳତାକୁ ଦୁର୍ବଳତା ଭାବି

ଅବିଶ୍ୱାସୀ ମଣିଷ  

ନିଷ୍ଠୁରତାର ଚରମ ସୀମାରେ !!!


ବି.ପି.ଏଲ  ରାସନ କାର୍ଡ  ଉଜ୍ୱଳ 

କାଳିଆ ଆଉ ଜନଧନ 

ସବୁଠି ଅବିଶ୍ୱାସ ଦୁର୍ନୀତିର ପଦଧ୍ୱନି 

ନେତା ଅଭିନେତା ଆଉ ବିଶ୍ୱନେତା 

ସମସ୍ତେ ସ୍ତବ୍ଧ ଆଜି 

ଅଜଣା ଭୟରେ !!!


ପ୍ରକୃତିର ପ୍ରତିଶୋଧ 

ମର୍ମେ ମର୍ମେ ଅନୁଭବ କରୁଛି ବିଶ୍ୱ 

ଆତ୍ମବଡ଼ିମାର ଯୁଗ

ଶେଷ ଭଳି ଲାଗୁଚି 

ଏକ ନୂଆ ସକାଳର ପ୍ରତୀକ୍ଷାରେ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy