Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Comedy

4  

Gunanidhi Samal

Comedy

ଏମିତି ପାଳିଲି ଭାଲେଣ୍ଟାଇନ

ଏମିତି ପାଳିଲି ଭାଲେଣ୍ଟାଇନ

1 min
380


ପେରେମି ଦିବସ ପାଳିବା ପାଇଁ ମୁଁ" 

କେବେଠୁ ହେଲିଣି ସଜ

କାହିଁକି କେଜାଣି ଘରଣୀ ମୋହର

ହୁଏ ଖାଲି ଗେଜ ଗେଜ ।

କେତେଦିନ ହେଲା ଫେସବୁକ୍ ରୁ

ପଟାଇଛି ଗୋଟେ ଟୋକି

ହିରୋଇନ ପରି ଚେହେରା ତାହାର

ଆଖି ଯାଉଥାଏ ଲାଖି ।

ଭାଲେଣ୍ଟାଇନ ରେ ଡାକିଥିଲି ତାକୁ

ପାର୍କ ଆଡ଼େ ଆସିବାକୁ

କହିଥଲା କାଳେ ଡାକି ଆଣି ପୁଣି

ଠକି ଦେବିନାହିଁ ତାକୁ।

ସିକ୍ରେଟ ନମ୍ବର ରଖିଥିଲା ସିଏ

ମୋର ବି ନମ୍ବର ଚୋରା

ଫେକ୍ ଆଇଡ଼ ଖୋଲିଥିଲୁ ଦିହେଁ

ନପଡିବା ପାଇଁ ଧରା ।

ବାପଘର ଆଡୁ ବୁଲି ଆସିବାକୁ

କହିଗଲା ମୋ ଘରଣୀ

ତରବର ହୋଇ ବାହାରିଲି ମୁହିଁ

ବେଳ ଉଛୁର ହେଲାଣି ।

ପାର୍କରେ ପଶି ମେସେଜ ଦେଲି ମୁଁ 

କୋଉଠି ଅଛ ଗୋ"ପ୍ରିୟା

ଉତ୍ତର ଆସିଲା ପୂରୁବ ଦିଗରେ

ଝାଉଁଗଛ ମୂଳେ ଠିଆ ।

ବ୍ଲାକ ଲେଗିନ୍ସ କୁ ହଳଦିଆ ଟପ

ପିନ୍ଧିଅଛି ଯେଉଁ ଝିଅ

କାନ୍ଧରେ ଭ୍ୟାନିଟ ଝୁଲୁଛି ଯାହାର

ସେଇ ବୋଲି ଭାବିନିଅ ।

ଧୀରେଧୀରେ ଯାଇ ପଛରୁ ତାହାର

ବୁଜିଦେଲି ଦୁଇ ଆଖି

ହାଏ ଜାନୁ କହି ଚମକି ପଡିଲା

ବୁଲିପଡ଼ି ମୋତେ ଦେଖି ।

ଲାଜ ସରମରେ ଦୁହିଁଙ୍କ ର ମୁଣ୍ଡ

ତଳକୁ ପଡିଲା ନଇଁ

ଏମିତି ପାଳିଲୁ ଭାଲେଣ୍ଟାଇନ ଟା

ଗେରସ୍ତ ଭାରିଯା ଦୁଇ ।



Rate this content
Log in

Similar oriya poem from Comedy