STORYMIRROR

Priyabrata Mohanty

Children Stories Comedy

4  

Priyabrata Mohanty

Children Stories Comedy

ସାଇକଲ

ସାଇକଲ

1 min
398

ଖର୍ଚ୍ଚ ବାର୍ଚ୍ଚ କିଛି ନାହିଁ,

ଚାଳଣାରେ କଷ୍ଟ ନାହିଁ,

ପିଏନାହିଁ ଜମା ତେଲ

ଧର ଧର ସାଇକଲ ।୧।


ଖାଲ ଢ଼ିପ ମାନେ ନାହିଁ

ଚାଲୁଥାଏ ଘାଇଁ ଘାଇଁ,

ମାରିଲେ ଟିକେ ପେଡଲ,

ଧର ଧର ସାଇକଲ ।୨।


ଆଣ୍ଠୁ ଗଣ୍ଠି ବଥା ନାହିଁ

ରୋଗ କିଛି ହୁଏ ନାହିଁ,

ଦେହ ଯେ ରହିବ ଭଲ

ଧର ଧର ସାଇକଲ ।୩।


ଯେତେ ଭାର ଲଦିଦେଲେ

ବିନା ଦ୍ଵିଧା ସେଯେ ଚାଲେ,

ଦିଏ ନାହିଁ କେବେ ଖିଲ

ଧର ଧର ସାଇକଲ ।୪।


କୁସ୍ତି କସରତ ଛାଡ଼

ସାଇକେଲ ସାଥେ ଜୋଡ,

ହାତରେ ରଖ ହେଣ୍ଡେଲ

ଧର ଧର ସାଇକଲ ।୫।


ଟିକସ ଯେ ଲାଗେ ନାହିଁ

ପ୍ରଦୂଷଣ କରେ ନାହିଁ,

ଜମାରୁ କେବେ ନ ଭୁଲ

ଧର ଧର ସାଇକଲ ।୬।


ବାଲ୍ୟ ସଖା ସଭିଙ୍କର

କରୁ କିଆଁ ହତାଦର ,

କରିଦେ ଆଜିଠୁଁ ଗେଲ

ଧର ଧର ସାଇକଲ ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍