STORYMIRROR

Priyabrata Mohanty

Children Stories Inspirational

4  

Priyabrata Mohanty

Children Stories Inspirational

ବିଦ୍ୟାଳୟରୁ ଶିକ୍ଷାଳୟ

ବିଦ୍ୟାଳୟରୁ ଶିକ୍ଷାଳୟ

1 min
259

ସିଲଟ ଖଡ଼ି   ଗଲାଣି ଉଡ଼ି

କଲମ ଖାତା ଜାବୁଡ଼ି,

ଓଡ଼ିଆ ଛାଡ଼ି   ଯାଏ ସେ ମାଡ଼ି

ତୁଣ୍ଡରେ ଇଂରାଜୀ ରଡ଼ି ।।


ବର୍ଣ୍ଣବୋଧଟି   ଖାଉଛି ମାଟି

ଭାଷାରେ ଅନେକ ତ୍ରୁଟି,

ପଣିକିଆଟି   ଚଢ଼ିଛି ଭେଟି

ବହିକୁ ଦେଉଛି ରଟି ।।


ନାହିଁ ତ ଲାଠି   ଖୋଲେନା ପାଟି

ଦଣ୍ଡ ବି ଗଲାଣି ଉଠି,

ଶିକ୍ଷକ ଏଠି   ହେଲେଣି ଶୁଣ୍ଠି

ଜ୍ଞାନ ତ ପାରେନା ବାଣ୍ଟି ।।


ଜ୍ଞାନର ଫଳ   ହୁଏ ବିରଳ

ଅର୍ଥ ଅନର୍ଥର ମୂଳ,

ଶିକ୍ଷାର କଳ   ବ୍ୟୟ ବହୁଳ

ନଷ୍ଟ ଭ୍ରଷ୍ଟ ଗୁରୁକୂଳ ।।


ଶିକ୍ଷାର ବୁଟି   ଦେଉଛି କୁଟି

ପଇସା ନେଉଛି ଲୁଟି,

ବିଦ୍ୟାଳୟଟି   ଶିକ୍ଷାଳୟରେ

ଯାଇଛି ଆଜି ପାଲଟି ।।


ଟଙ୍କାର ନିଶା   ଗଢ଼ିଛି ବସା

ଶିକ୍ଷାଟି ହୋଇଛି ପେଶା,

ଗରିବ ଚଷା   ମାରୁଛି ଆଶା

ହୁଏ ସଦା ଲୋକହସା ।।


ଉଠରେ ଉଠ   ନକର ମଠ

ପଢ଼ିବା ପୁରୁଣା ପାଠ,

ଶୁଣରେ ଚାଟ   ଫିଟିବ ବାଟ

ବାଜିଲେ ଗୁରୁଙ୍କ ଛାଟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍