ହସି ଟିକେ ଦେଖ
ହସି ଟିକେ ଦେଖ


ହର୍ଷ ଉଲ୍ଲାସେ ପୀଡ଼ାକୁ ଚାଖ
ଥରେ ହସିକି ଟିକେଏ ଦେଖ ।
ରହୁ ତୁ କିଆଁ ସଦା ଉଦାସ
କାହିଁକି ଦେଉ ଭାଗ୍ୟକୁ ଦୋଷ,
କର୍ମ ଉପରେ ଭରସା ରଖ
ଉଡୁଥା ଏଠି ଲଗାଇ ପଖ ।
ମରୁ ତୁ କିଆଁ ପ୍ରତ୍ୟେକ ଦିନ
ଜୀବନଟି କୁ କରିଛୁ ହିନ,
ଶୋଷଣ ଆଗେ ଫିଟାରେ ମୁଖ
ପ୍ରତିବାଦର ଫୁଙ୍କିଦେ ଶଙ୍ଖ ।
ପରିବର୍ତ୍ତନ ପ୍ରକୃତି ନୀତି
ହଟ ହଟା ତୁ ହେଉ କେମିତି,
ଅନ୍ଧାର ଆଲ ଛାଡ଼େ ନା ପାଖ
ବଦଳେ ଖାଲି ଏଠି ତାରିଖ ।
ମୋହ ମାୟାର ଏ ରଙ୍ଗମଞ୍ଚ
ଲୋଭରେ ପଡ଼ି ନେଉଛୁ ଲାଞ୍ଚ,
ଯେତେ କଲେବି ମିଳେନା ଯଖ,
ଅକାରଣରେ ପାଉଯେ ଦୁଃଖ ।
ସଜରେ ବାଇ ଅବୁଝା ମନ
ରୂପ ଯୌବନ କ୍ଷଣିକ ଧନ,
ଅସ୍ଥିର ଏଠି ସଭିଙ୍କ ଲୀଖ
ଚାଲିବା କଷ୍ଟ ରାସ୍ତାଟି ତୀଖ ।
ବଳିଷ୍ଠ ଆମ ଦର୍ଶନ ତତ୍ୱ
ବେଦ ପୁରାଣ ପୈତୃକ ସତ୍ୱ,
ସେବା ମାଧ୍ୟମେ ମିଳଇ ସୁଖ
ପ୍ରୀତିର ଗୀତ ଗାଇବା ଶିଖ ।