STORYMIRROR

Priyabrata Mohanty

Abstract Fantasy

4  

Priyabrata Mohanty

Abstract Fantasy

ବିଭତ୍ସ ହାସ୍ୟ

ବିଭତ୍ସ ହାସ୍ୟ

1 min
301

ଉନ୍ମାଦ ଅନିଳ     ଆଣିଛି ସଲିଳ

    କରେ ବିଧ୍ଵଂସ ଉପକୂଳ,

ଚପଳା ଉଜ୍ବଳ     ଶକ୍ତିଯେ ପ୍ରବଳ

    ନିରନ୍ତର ଢାଳେ ଅନଳ ।।


ପ୍ରଳୟ ମଳୟ     ଲଙ୍ଘିଛି ବଳୟ

    ଜଗତ ପୂର୍ଣ୍ଣ ଅସହାୟ,

ଭାଙ୍ଗଇ ନିଳୟ     ନାହିଁ ଯେ ଆଶ୍ରୟ 

    ସଭିଏଁ ଏଠି ନିରୁପାୟ ।।


ପ୍ରଚଣ୍ଡେ ବହୁଛି     ଉଦଣ୍ଡେ ନାଚୁଛି

     ଗିରି ପର୍ବତ ଖଣ୍ଡ ଖଣ୍ଡ,

ଗାଣ୍ଡିବ ସଦୃଶ     ତାଣ୍ଡବ ରଚିଛି 

     ଭୟରେ କମ୍ପୁଛି ବ୍ରହ୍ମାଣ୍ଡ ।।


ଅବନୀ ଅଟବୀ     ଅବଳା ଅଧିର 

     ବିଛୁରୀ ପଡ଼ିଛି ମୁର୍ଦାର,

ଅଶାନ୍ତ ଅର୍ଣ୍ଣବ     ଅନ୍ଧାର ଅମ୍ବର

     ସଂକଟେ ସମ୍ପୂର୍ଣ୍ଣ ସଂସାର ।।


ପ୍ରକୃତି କୋପରେ     ଜୀବଜନ୍ତୁ ମରେ

     ରୋକିବାର ନାହିଁ ସାହସ,

ସଭିଙ୍କ ତୁଣ୍ଡରେ     ସଭିଙ୍କ ଚକ୍ଷୁରେ

     ମୃତ୍ୟୁର ବିଭତ୍ସ ବିନାଶ ।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract