Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrata Mohanty

Tragedy Inspirational

4.0  

Priyabrata Mohanty

Tragedy Inspirational

ଉନ୍ନତିରେ ଅବନତି

ଉନ୍ନତିରେ ଅବନତି

1 min
379


ଭାଙ୍ଗୁଛି ପାହାଡ଼  ଉଜୁଡ଼େ ଜଙ୍ଗଲ,

ଚାରିଆଡ଼େ ମାଡ଼େ  ବିକାଶର ଜାଲ ।

ମେସିନି ଚଷୁଛି  ଏଠି ସବୁ ବିଲ,

ଦିନରାତି ଜଳେ  ପେଟ୍ରୋଲ ଡ଼ିଜେଲ ।୧।


ଜଳ ଅବରୋଧ  କରି କି ମାନବ

ବିଦ୍ୟୁତ ଯୋଗାଣ  କରିଛି ସମ୍ଭବ ।

କୋଇଲା ଜାଳି ବି  ମେଣ୍ଟାଏ ଅଭାବ

ବହୁରୂପୀ ଆଜି  ମଣିଷ ସ୍ଵଭାଵ ।୨।


ଗୋଳା ବାରୁଦ ଯେ  ରଖିଛି ଅମାପ

ସୁରକ୍ଷା ନାମରେ  ଫୁଟାଉଛି ତୋପ ।

ଧନ ଦଉଲତ  ପାଇଁ କରେ ଯପ

ପ୍ରକୃତି ଉପରେ  ପକାଏ ଯେ ଚାପ ।୩।


ପ୍ରଖର ଜ୍ଞାନର  ଦେଖାଉଛି ବଳ

ଆଧୁନିକ ଯୁଗେ  ଚାଲେ ଯନ୍ତ୍ରକଳ ।

ବିଳାସ ବ୍ୟସନ  ପାଇଁ ସେ ବ୍ୟାକୁଳ

ନଷ୍ଟ ଭ୍ରଷ୍ଟ କରେ  ଏଠି ପରିମଳ ।୪।


ଅହଂକାରେ ଫାଟେ  ଦେଖି ନିଜ ଗୁଣ

ଉଦ୍ୟୋଗ ସ୍ଥାପନା  ପାଇଁ କରେ ରଣ ।

କଳା ଧୂଆଁ ବ୍ୟାପେ  କୋଣ ଅନୁକୋଣ,

ମଟର ଗାଡ଼ି ବି  କରେ ପ୍ରଦୂଷଣ ।୫।


ଶାରୀରିକ ଶ୍ରମ  କରେ ନାହିଁ ଜମା

ଫଳ ପ୍ରାପ୍ତି ପାଇଁ  ଲାଂଘେ ନିଜ ସୀମା ।

ପାସୋରି ଯାଇଛି  ଦୟା ଧର୍ମ କ୍ଷମା

ନିଜକୁ ଭାବୁଛି  ସୃଷ୍ଟିକର୍ତ୍ତା ବ୍ରହ୍ମା ।୬।


ଯନ୍ତ୍ରର ଅଧିନେ  ଶରୀରଟି ପୁରା

ଶୂଳି ଚଢ଼ିଲାଣି  ସବୁ ପରମ୍ପରା ।

ଯୁବା ଅବସ୍ଥାରେ  ଗ୍ରାସିଲାଣି ଜରା

ଖଣ୍ଡ ପ୍ରଳୟରେ  ପୀଡିତ ଯେ ଧରା ।୭।


ଧରିବାକୁ ଚାହେଁ  ସୂର୍ଯ୍ୟ ଚନ୍ଦ୍ର ତାରା

ବିଶାଳ ଧରଣୀ  ଲାଗେ ତାକୁ ଶରା ।

ମାୟା ଜାଲେ ପଡି  ଖୁଜେ ଅପସରା,

କାମନା କୂଳରେ  ହୁଏ ଅର୍ଦ୍ଧ ମରା ।୮।



Rate this content
Log in

Similar oriya poem from Tragedy