STORYMIRROR

Priyabrata Mohanty

Tragedy

3  

Priyabrata Mohanty

Tragedy

ପୀରତି ପୀଡ଼ା

ପୀରତି ପୀଡ଼ା

1 min
174

କ୍ଷଣିକ ଆନନ୍ଦ   କରିଛି ତ ଅନ୍ଧ

ଲଙ୍ଘେ ଏଠି ସମସ୍ତ ବନ୍ଧ,

ପୀରତି ସୁଗନ୍ଧ   ତାକୁ ଯେ ପସନ୍ଦ 

ଭୁଲିଯାଏ ଜୀବନ ଛନ୍ଦ ।୧।


ନୟନେ ଧରିଣ   ସୁବର୍ଣ୍ଣ ହରିଣ

ଦୁଃଖକୁ କରିଛି ବରଣ,

ଇଚ୍ଛାର କିରଣ   ଗଢ଼ିଛି ତୋରଣ

ନିତିଦିନ ଦେଖେ ମରଣ ।୨।


କାମନାରେ ଜଡ଼ି   ସପନରେ ଉଡ଼ି

ପ୍ରେମ ଜାଲେ ଗଲାଣି ପଡ଼ି,

ପାଏ ନାହିଁ ଆଡ଼ି   ଯାଉଛି ସେ ବୁଡ଼ି

କାନ୍ଦୁଛି ତ ଘଡ଼ିକି ଘଡ଼ି ।୩।


ବିରହ ଯାତନା   ସହି ତ ପାରେନା

ହୃଦୟରେ ଭରିଛି ତୃଷ୍ଣା,

ଭାଙ୍ଗିଛି କଳ୍ପନା   ଉଜୁଡ଼େ ଭାବନା 

ଶରୀରେ ନାହିଁ ଉଦ୍ଦୀପନା ।୪।


ଦୁଃଖ ନେଥା ନେଥା   ପୀଡ଼ା ପେନ୍ଥା ପେନ୍ଥା

କଷ୍ଟଭରା ଜୀବନ ଖାତା,

ଅଜାଗାର ବ୍ୟଥା   ଘୁରୁଛୁ ତ ମଥା

କହିପାରୁନି ନିଜ କଥା ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy