ମାତୃଭୂମି
ମାତୃଭୂମି

1 min

146
ଦୁଃଖ କଷ୍ଟ ସହି ଥିଲେ
ଲହୁ ନିଜ ପିଇ ନେଲେ,
ନଇଁ ନ ଥିଲେ ମସ୍ତକ ନିଜ
ହସି ଫାଶୀ ଖୁଣ୍ଟେ ଝୁଲି ଗଲେ ।
କେତେ କେତେ ବଳୀଦାନ
ଦେଇଥିଲେ ଆମ ଜନ
ତାଙ୍କ ରକ୍ତରେ ଭିଜି ଭାରତ
ଗୋରାଙ୍କୁ କଲା ମୂଳୁ ଦମନ ।
ପାଦ ଧୁଏ ଢେ଼ଉ ମାଳ
ମସ୍ତକରେ ହିମାଳୟ
ହୃଦୟେ ବହେ ଗଙ୍ଗା ଯମୁନା
ଅହିଂସା ତାର ପରମ ବଳ ।
ଶାନ୍ତି ମୈତ୍ରୀ ବାର୍ତ୍ତା ଗାଇ
ସବୁ ଧର୍ମ ସାଥେ ନେଇ,
ଭାଇ ଚାରାର ଧ୍ବଜା ଉଡ଼େଇ
ପୂଜ୍ୟ ସଦା ସେ ତ୍ରିରଙ୍ଗା ପାଇଁ ।
ଗଗନର ବକ୍ଷ ଚିରୀ
ପବନକୁ ହସ୍ତେ ଧରି,
ଫର ଫର ହୋଇ ଯାଏ ସେ ଉଡ଼ି
ତାପରି କିଏ ହେବ ସରି।
ଜନ ଗଣ ତୁଣ୍ଡେ ବୋଲି
ଗାଉ ଥିବା ମନ ଖୋଲି
ଗୌରବ ଗାଥା କେବେ ନ ଭୁଲି
ଆଜି ପୁଜିବା ନେଇକି କାଲି ।