ରସଗୋଲା
ରସଗୋଲା
1 min
175
ଛେନାରୁ ସୃଷ୍ଟ ସ୍ୱାଦ ବଳିଷ୍ଠ
ଲାଗଇ ଭାରି ସ୍ୱାଦିଷ୍ଟ,
ଧବଳ ବର୍ଣ୍ଣ ମିଠାରେ ପୂର୍ଣ୍ଣ
ମିଷ୍ଟାନ୍ନ ମଧ୍ୟେ ଶ୍ରେଷ୍ଠ ।୧।
ସିରାରେ ଡୁବି ସିରାରେ ଭାସେ
ଶରୀରଟି ସିରା ସିରା,
ନୁହେଁ ଗରମ ଭାରି ନରମ
ଝରୁଥାଏ ରସ ଧାରା ।୨।
ଦର୍ଶନ କ୍ଷଣି କରେ ସେ ଗୁଣି
ଲାଳରେ ଭରେ ଅଧର,
ସେବନ ପାଇଁ ଇଚ୍ଛା ଜଗାଏ
ବ୍ୟାକୁଳ କରେ ଉଦର ।୩।
ପୁଷ୍ଟି କାରକ ବଳବର୍ଦ୍ଧକ
ଶର୍କରାର ଗନ୍ତାଘର,
ସେବନ ମାତ୍ରେ ଦୁର୍ବଳତାକୁ
ନିମିଷକେ କରେ ଦୂର ।୪।
ଭୋଜି ଭାତରୁ ଅତିଥି ଚର୍ଚ୍ଚା
ତା ପାଇଁ ସବୁଠି ହୋରୀ,
ଦେବାରୁ ଦେବୀ ନରରୁ ନାରୀ
ଅତି ପ୍ରିୟ ଯେ ସବୁରି ।୫।
ରସରେ ଭରା ରସଗୋଲାଟି
ଖାଇଯାଅ ହାତ ଚାଟି,
ଓଡ଼ିଆ ପୁଅ ଗଢ଼ିଛି ତାକୁ
ଓଡ଼ିଶା ଜନମ ମାଟି ।୬।
