STORYMIRROR

Priyabrata Mohanty

Romance

3  

Priyabrata Mohanty

Romance

ଅପେକ୍ଷାରେ

ଅପେକ୍ଷାରେ

1 min
227

ତୁ ମୋ ଶକତି   ତୁ ମୋ ସପନ

ତ ବିନା ଲାଗେନା ମନ,

ତୁ ମୋ ପ୍ରେମିକା   ତୁ ମୋର ପ୍ରାଣ

ତ ବିନା କଟେନା ଦିନ ।୧।


ହସରେ ତୋର   ମୁକୁତା ଝରେ

ଚାଲିଲେ ପୁଟେ କମଳ,

ଆଖି ଦୁଇଟି   ଫୁଲର କଢି

କଥାରେ ବାସେ ତମାଳ ।୨।


ନାଚୁଥାଏ ତ   ଛବିଟି ସଦା

ଦେଖ ଆଖି ଦିନ ସାରା,

ଚାରିଦିଗେ ମୁଁ   ଖୋଜେ ଯେ ତତେ

ମାନେ ନାହିଁ ବର୍ଷା-ଖରା ।୩।


ଦୂରେ କାହିଁକି   ରହିଛୁ ତୁ ଯେ

ଛୁଇଁ ଯା ଥରେ ମୋ ଦେହ,

ଲାଗୁନି କିଛି   ଭଲ ଯେ ଆଜି

ନୟନୁ ଝରୁଛି ଲୁହ ।୪।


ମନଟି ମୋର   ତୋହରି ସାଥେ

ଯାଇଛି କେବେଠୁଁ ଲାଖି,

ପାରୁନି କହି   ଭଲ ଯେ ପାଏ

କବିତାରେ ଦେଲି ଲେଖି ।୫।


କବିତା ପଢ଼ି   ଉତ୍ତର ଦେବ

ଜଗି କି ରହିଲି ବସି,

ହଁ ରେ ଉତ୍ତର   ହେଲେ ତୁମର

ଆତ୍ମାଟି ହୋଇବ ଖୁସି ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance