STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ଉଚ୍ଚ କରିବା ନିଜ ମାତୃଭାଷା

ଉଚ୍ଚ କରିବା ନିଜ ମାତୃଭାଷା

1 min
231


ମାତୃଭାଷା ଆଉ     ମାତୃଭୂମି ଦୁହେଁ 

       ସରଗଠୁ ଉଚ୍ଚ ଜାଣ

ତେଣୁ ସର୍ବେ ଆସ    ଏକତ୍ର କରିବା

         ମାତୃଭାଷା ଜୟଗାନ ||


ଆମେରେ ଓଡିଆ   ଘର ଓଡିଶାରେ

     ମାତୃଭାଷାଟି ଓଡିଆ

 ପ୍ରତି ଓଡିଆର     ମୁଖରୁ ନିଃସୃତ    

      ଆମ ଭାଷାଟି ବଢିଆ ||


ଶାସ୍ତ୍ରୀୟ ଭାଷା ଏ   ଅତି ପୁରାତନ

     ଏକ ଭାରତୀୟ ଭାଷା

ଓଡିଶୀ ସଙ୍ଗୀତ    ବିଶ୍ୱରେ ବିଖ୍ୟାତ

    କଳାର କ୍ଷେତ୍ର ଓଡିଶା ||


ଯିଏ ଯେଉଁଠାରେ   ରହିଥାଉ ପଛେ

      ରାଜ୍ୟକୁ ଭୁଲିବା ନାହିଁ

ଆମ ମାତୃଭାଷା    ଓଡିଆ ଭାଷାକୁ

      କେବେ ବି ଭୁଲିବା ନାହିଁ||


ଏହାର ପ୍ରଚାର    ଏହାର ପ୍ରସାର

     ଲାଗି ହେବା ଯତ୍ନବାନ

ଏହାର ଉନ୍ନତି     ଏହାର ପ୍ରଗତି

     ପାଇଁ ଦେବା ଯୋଗଦାନ ||


ଏ ଜାତି ବଢିବ     ଆଗକୁ ଆଗକୁ

     ସମୃଦ୍ଧ ହେଲେ ତା' ଭାଷା 

ମଥା ଟେକି ଆମେ  କଥା କହି ପାରି

       ପୂରଣ କରିବା ଆଶା ||


ରାଜ୍ୟ ଭାଷା ଭାବେ   ସ୍ୱୀକୃତ ହୋଇଛି

     କହିବାକୁ କିଆଁ ଲାଜ

ଓଡିଆ ଭାଷାରେ    ଲେଖିବା ପଢିବା

     ଆଗକୁ ବଢିବା ଆଜ ||


ସରକାରୀ କାର୍ଯ୍ୟ   ଓଡିଆ ଭାଷାରେ

    କରିବାରେ କୁଣ୍ଠା କିମ୍ପା?

ଓଡିଆ ଭାଷାର    ଅଧ୍ୟୟନ ଲାଗି

      ଅବହେଳା କର କିମ୍ପା?


ଓଡିଶାରେ ଥିବା    କେନ୍ଦ୍ରୀୟ ସ୍କୁଲରେ

     ଓଡିଆ ଶିକ୍ଷକ ନାହିଁ

ସେଠାରେ ଓଡିଆ   ଓଡିଆ ନପଢି

    ହିନ୍ଦୀ ପଢେ ସେଥିପାଇଁ ?


ସ୍ନାତକ ସ୍ତରରେ   ଓଡିଆ ସମ୍ମାନ

     ପ୍ରତି କିମ୍ପା ଅନାଦର 

ଉଚ୍ଚ ବିଦ୍ୟାଳୟେ    ଓଡିଆ ଭାଷାକୁ

     କର କିମ୍ପା ହତାଦର ?


ଓଡିଆ ଭାଷାକୁ    ପଢାଇବା ଲାଗି

      ଅଭିଜ୍ଞ  ଶିକ୍ଷକ ନାହିଁ

ଇତିହାସ ଅବା     ଭୂଗୋଳ ସ୍ନାତକ

     ଓଡିଆ ପଢାଉ ଥାଇ ||


ଓଡିଆ ଭାଷାର     ସାମାନ୍ୟ ଜ୍ଞାନ ଯେ

     ଶିକ୍ଷକ ପାଖରେ ନାହିଁ

ସେ ଶିକ୍ଷକ ଯଦି    ଓଡିଆ ପଢାଏ

    ଛାତ୍ର ବୁଝିପାରେ ନାହିଁ||


ଓଡିଆ ଭାଷାରେ  ତାମନେ ଆଗ୍ରହ

     କିପରି ଜନ୍ମିବ ଭାଇ

ଓଡିଆ ଭାଷାକୁ   ଯଦି ଠିକ୍ ଭାବେ

    ସିଏ ବୁଝିପାରୁ ନାହିଁ ||


ସଂସ୍କୃତ ଭାଷାକୁ   ପଢାଇବା ଲାଗି

   ସଂସ୍କୃତ  ସ୍ନାତକ ଦିଅ

ଓଡିଆ ସମ୍ମାନ   ସ୍ନାତକକୁ କିମ୍ପା

    ଓଡିଆ ଶିକ୍ଷକ ନୁହଁ ||


ସଂସ୍କୃତ ଭାଷା କି   ଓଡିଆ ଭାଷାଟି

    କାହାର ଗୁରୁତ୍ୱ ବେଶି

ବିଚାର କର ହେ   ବିଜ୍ଞ ଜନଗଣ

      ଦିିଅ ନାହି ମୋତେ ହସି ||


ଓଡିଆ ନଜାଣି    ସଂସ୍କୃତ ହିନ୍ଦୀରେ

     ଦକ୍ଷତା ଆସିବ କାହିଁ

ଏହି କଥାଟିକ    କାହାରି ମୁଣ୍ଡରେ

     କିମ୍ପା ମୋଟେ ପଶୁ ନାହିଁ ||


କାହାରି ଉଦବେଗ   କା'ର ପ୍ରତିବାଦ

    କୁହ ତେବେ କିମ୍ପା ନାହିଁ

ଆମ ମାତୃଭାଷା    କିପରି ଆଗକୁ

     ବଢିବ କୁହ ହେ ଭାଇ ||


ଭାଷା ପ୍ରତିଷ୍ଠାନ    ଗଢିଦେଇ ବସ

    ଗବେଷକ ଦିଅ ନାହି

ଅଭିଜ୍ଞ ଶିକ୍ଷକ     ନିଯୁକ୍ତି ନଦେଲେ

      ପ୍ରତିଷ୍ଠାନ ମୂଲ୍ୟ ନାହିଁ ||


ଜାଗରେ ଓଡିଆ   ଜାଗ ଆଜି ତୁମେ

     ହୁଅନି ତୋଷାମଦିଆ

ଓଡିଆ ଭାଷାର   ଉନ୍ନତି ନିମିତ୍ତ

    ଲାଠି ଧରି ହୁଅ ଠିଆ ||


ଭାଷାର ଉନ୍ନତି    ଜାତିର ଉନ୍ନତି

    ଚାବିକାଠି ଅଟେ ଜାଣ

ସ୍ୱାର୍ଥପରତାରୁ    ଉପରକୁ ଉଠ

    କରୁଅଛି ନିବେଦନ ||


ଉଚ୍ଚ ହେବାପାଇଁ   ଯଦି ତୁମେ କେହି

    କେବେ କରୁଥାଅ ଆଶା

ଭାଷା ଆନ୍ଦୋଳନେ   ସାମିଲ୍ ହୋଇଣ

       ଉଚ୍ଚ କର  ମାତୃଭାଷା ||


Rate this content
Log in

Similar oriya poem from Inspirational