Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract

3  

Sukadev Mahanta

Abstract

ଶାସ୍ତ୍ରୀଜୀସ୍ମରଣେ

ଶାସ୍ତ୍ରୀଜୀସ୍ମରଣେ

1 min
156



ଶାନ୍ତି ଦୂତ ତୁମେ   ଲାଲ ବାହାଦୂର

   ସାଧୁତା ସହୃଦୟତାର

ମୂର୍ତ୍ତୀଟିଏ ତୁମେ   ସୁଯୋଗ୍ୟ ସନ୍ତାନ

    ବୀର ପ୍ରସବିନୀ ମାଆର||

ସ୍ବାଭିମାନୀ ତୁମେ   ସଚ୍ଚୋଟ ମଣିଷ

   ଜନମ ଲଭି ଏ ଭାରତେ

ଯେତେ ଅଭାବରେ   ପଡିଥାଅ ପଛେ

   ମାଗନି କଉଡି ବକଟେ||

ସରକାରୀ ଚିଜ    ସରକାରୀ କାର୍ଯ୍ୟ

   ଛଡା ଅନ୍ୟ କେଉଁ କାମରେ

ବ୍ୟବହାର ତୁମେ   କରୁ ତ ନଥିଲ

    ତୁମ ସଚ୍ଚୋଟତା ଏଥିରେ||

ରେଳ ମନ୍ତ୍ରୀ ଭାବେ  ଦୋଷକୁ ମୁଣ୍ଡାଇ

   ଇସ୍ତଫା ଦେଇ ଦେଲ ତୁମେ

ରେଳ ଦୁର୍ଘଟଣା   ପାଇଁ ଦାୟୀ କହି

     ଦୋଷ ନେଲ ନିଜର ନାମେ||

ପାକିସ୍ତାନ ଆଗେ   ଦମ୍ଭ ଦେଖାଇଲ

   ଶସ୍ତ୍ରର ଜବାବ ଶସ୍ତ୍ରରେ

'ଜୟ ଜବାନ୍' ର   'ଜୟ କିଷାନ'ର

   ସ୍ଳୋଗାନ ଉଦବୁଦ୍ଧ କରେ ||


ପ୍ରଧାନ ମନ୍ତ୍ରୀତ୍ବ    ପଦବି ତୁମର

     ସଚ୍ଚୋଟତାରେ ପରିପୂର୍ଣ୍ଣ

ଘରଟିଏ ତୁମେ    କରିପାରି ନାହଁ

     ଖାଇ ନାହଁ ଦୁର୍ନୀତିର ଅନ୍ନ||

ଆଜିର ସମୟେ  ଦୁଃଖ ଦିଏ ମନେ

    ତୁମ କଥା ମନେ ପକାଇ

ଦୁର୍ନୀତି କବଳେ  ଦେଶ ପରାଧୀନ

   ପଡିଛି ତା କଳା ପ୍ରଛାଇ ||

ଏହି ସନ୍ଦିକ୍ଷଣେ    ମନେ ପଡ ତୁମେ

    ଶାସ୍ତ୍ରୀଜୀ ଦେଶ ଭକ୍ତ ତୁମେ

ନୂଆ ଅବତାର   ହୋଇ ଜନ୍ମ ନିଅ

    ଏହି ଭାରତ ବର୍ଷ ଭୂମେ||



Rate this content
Log in

Similar oriya poem from Abstract