STORYMIRROR

Sukadev Mahanta

Abstract

4  

Sukadev Mahanta

Abstract

ପୁଣିଥରେ ଜନ୍ମ ନିଅ ଗୋପବନ୍ଧୁ

ପୁଣିଥରେ ଜନ୍ମ ନିଅ ଗୋପବନ୍ଧୁ

1 min
339

ଅକ୍ଟୋବର ନଅ    ଶୁଭ ଜନ୍ମଦିନ

    ଗୋପବନ୍ଧୁ ଦାସଙ୍କର

ନର ଦେହଧାରୀ   ଦେବତା ସେ ଥିଲେ

    ଯୋଗ୍ୟ ସୁତ ଉତ୍କଳର |


ଜଗନ୍ନାଥ ଦେଶ    ପୁରୀ ଜିଲ୍ଲା ମଧ୍ୟେ

       ଗୋପ ଥାନା ଅବସ୍ଥିତ

ତାହା ଅଧୀନସ୍ଥ  ସୁଆଣ୍ଡୋ ଗ୍ରାମରେ

    ଗୋପ ବନ୍ଧୁ ଦାସ ଜାତ |


ଗ୍ରାମ ଚାଟଶାଳୀ    ପୁରୀ ଜିଲ୍ଲା ସ୍କୁଲ 

     ରେଭେନ୍ସା କଲେଜେ ପଢି

କଲିକତା ଯାଇ   ଉଚ୍ଚ ଶିକ୍ଷା ପାଇ

     ସର୍କାରୀ ଚାକିରି ଛାଡି |


ଦେଶ ମାତୃକାର    ସେବାରେ ଜୀବନ 

     ଉତ୍ସର୍ଗ କରି ସେ ଦେଲେ

ସତ୍ୟବାଦୀଠାରେ   ବନ ବିଦ୍ୟାଳୟେ 

   ଶିକ୍ଷା ପ୍ରଦୀପ ଜାଳିଲେ ||


ଯାହାର ଆଲୋକେ  ଉତ୍କଳେ ଜଳିଲା 

   ଶତ ଶତ ଜ୍ଞାନ ପ୍ରଦୀପ

ମାନବର ସେବା  ମାଧବଙ୍କ ସେବା 

    ହୋଇଥିଲା ତାଙ୍କ ତପ ||


ସ୍ବାଧୀନତା ପାଇଁ   ନେତୃତ୍ବ ନେଇଣ

    ବହୁବାର କାରା ଗଲେ

ସାରା ଓଡିଶାକୁ   ସଂଗ୍ରାମ ବଳରେ

    ଉତ୍କଳ ପ୍ରଦେଶ ଦେଲେ


ବନ୍ୟା ବାତ୍ୟା ସଙ୍ଗେ  ଦୁର୍ଭିକ୍ଷ ମରୁଡି

      ଉତ୍କଳର ସହଚର

ଦୈବୀ ଦୁର୍ବିପାକ  ଯେଉଁଠି ହେଲେ ବି 

   ଉଭା ଗୋପବନ୍ଧୁଙ୍କର ାୀ


ବିଶ୍ବ ପ୍ରାଣ ସିଏ  ସେବା ମମତାର

    ମୂରତିମନ୍ତ ପ୍ରତୀକ

ଉତ୍କଳ ମଣୀ ସେ  ଧର୍ମ ନିରପେକ୍ଷ 

     ଚିନ୍ତା ମହାମାନବିକ ||


କହୁଥୁଲେ ସିଏ    ନିଜ ହିତ ଲାଗି

     ଜନମ ନୁହଇ ହିନ୍ଦୁ

ବିଶ୍ବ ହିତ ଲାଗି    ଉଦ୍ଦିଷ୍ଟ ଅଟଇ

     ତା'ର ପ୍ରତି ରକ୍ତ ବିନ୍ଦୁ ||


ଦେଶର ସ୍ବରାଜ   ପଛେ ଯେତେଗାଢ

    ପୁରୁ ପଡି ତାଙ୍କ ଦେହ

ଆଜି ଭାରତୀୟ   ସ୍ବରାଜ ଭୋଗୁଛି 

    ମାରି ମଣିଷର ଦେହ ||


ଗୋପବନ୍ଧୁ ନିଜ    ସର୍ବସ୍ଵ ସମର୍ପି

  ଦେଇଗଲେ ଦେଶପାଇଁ

ଆଜିର ମଣିଷ  ସର୍ବସ୍ବ ଲୁଟୁଛି

   ନିଜର ସର୍ବସ୍ବ ପାଇଁ ||


ତାଙ୍କରି ଚିନ୍ତନେ   ଭାରତର ପ୍ରତି

     ଶିଳାଖଣ୍ଡ ଶାଳଗ୍ରାମ

ବୀର ପ୍ରସବିନୀ     ଭାରତେ ଉତ୍କଳ 

     ପୁଣ୍ୟ ନୀଳାଚଳଧାମ ||


ପ୍ରତି କ୍ଷେତ୍ର ପୁଣି     ଶ୍ରୀକ୍ଷେତ୍ର ଅଟଇ

    ପ୍ରତି ବୃକ୍ଷ କଳ୍ପ ବଟ

 ସର୍ବତ୍ର ଅଛନ୍ତି  ଜଗନ୍ନାଥ ଜାଣ

   ସବୁଠାରେ କଳ୍ପବଟ ||


ତେଣୁ ଭାରତରେ   ଯେଉଁଠାରେ ଥିଲେ

   ଲାଗେ ଶ୍ରୀକ୍ଷେତ୍ର ଶ୍ରୀକ୍ଷେତ୍ର

ଭାରତର ସବୁ    ସ୍ଥାନେ ଥିଲେ ଲାଗେ

     ନୀଳ ଚକ୍ର ତଳ ମାତ୍ର ||


ସେବା ମମତାର   ପ୍ରତିକୃତି ସିଏ

     ସର୍ବ ସୁଗୁଣ ସମ୍ପନ୍ନ

ସେ ଲୋକ ସେବକ   ମଣ୍ଡଳ ମାଧ୍ୟମେ   

    କରୁଛନ୍ତି ସେବା ଯତ୍ନ ||


ହେ ମହା ମାନବ   ଗୋପବନ୍ଧୁ ତୁମେ

    ଦୁଃଖୀ ରଙ୍କୀଙ୍କର ବନ୍ଧୁ

ପୁଣି ଆଉଥରେ      ଜନ୍ମ ନିଅ ତୁମେ

     ସେବା ତ୍ୟାଗ ସ୍ନେହ ସିନ୍ଧୁ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract