ପୁଣ୍ୟ ଆମ ଦେଶ ଭାରତ
ପୁଣ୍ୟ ଆମ ଦେଶ ଭାରତ
ସତରେ ଲାଗଇ ବିଚିତ୍ର
ନାନା ଜାତି ଧର୍ମ ବେଶଭୁଷା ଭାଷା
ବିବିଧତା ମଧ୍ୟେ ଏକତ୍ର
ପୂରୁବେ ପଶ୍ଚିମେ ଦକ୍ଷିଣେ ସାଗର
ଉତ୍ତରରେ ହିମ ପରବତ
ଦେଶଟିର ନାମ ଭାରତ।
ପ୍ରତି ପ୍ରଭାତରେ ମନ୍ଦିରୁ ଶୁଭଇ
ଶଙ୍ଖ ଘଣ୍ଟ ଧ୍ବନି ବେଦ ମନ୍ତ୍ର ପାଠ
ଗୀର୍ଜାରେ ଘଣ୍ଟି ବାଜଇ
ମସଜିଦରୁ ଆଲ୍ଲା ହୋ ଆକବର
ଏକତା ସୂତ୍ରରେ ବାନ୍ଧଇ
ସାଗର ଯାହାର ଚରଣ ଧୂଅଇ
ସୁସମୃଦ୍ଧ ଯା'ର ପରମ୍ପରା
ସମଗ୍ର ବିଶ୍ବରେ ଉଜ୍ଜ୍ବଳ ବର୍ତ୍ତିକା
ସବୁକିଛି ତା'ର ନିଆରା ।
ବିଭିଧତା ମଧ୍ୟେ ଏକତା ଯେଉଁଠି
ଅଧିକାରେ ଅଛି ସାମ୍ୟତା
ରୂପ ପରିପାଟି ଭାଷା ଧର୍ମେ ପଛେ
ରହିଥାଉ ଯେତେ ଭିନ୍ନତା।
ପ୍ରତିଟି ତନ୍ତ୍ରୀରେ କମ୍ପନ ଆଣେ
ଗଣତନ୍ତ୍ରର କବିତା
ପ୍ରବଞ୍ଚନା ପ୍ରତାରଣା ଚଳେ ନାହିଁ
ଚଳେ ନାହିଁ ଏଠି ଶଠତା।
ଶାନ୍ତି ମୈତ୍ରୀର ଉଡ଼େ ବୈଜୟନ୍ତୀ
ସତ୍ୟ ଅହିଂସା ସହିତ
ସକଳ ବିଶ୍ବର ରାଜରାଣୀ
ସେ ତ
ଦେଶଟିର ନାମ ଭାରତ।
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ପୁଣ୍ୟ ଏ ଦେଶ ଭାରତ ।
ଗଙ୍ଗା ଗୋଦାବରୀ ନର୍ମଦା ତାପ୍ତି
ବହିଯାଇ ବ୍ରହ୍ମପୁତ୍ର
ତା' ଶରୀର ଧୋଇ ସାଗରେ ମିଶଇ
ବହି ବହି ଦିବାରାତ୍ର।
ସାଗର ଯାହାର ଚରଣ ଧୁଅଇ
ସେ ଦେଶର ନାମ ଭାରତ
ତା ସନ୍ତାନ ଆମେ ସର୍ବ ତ୍ୟାଗ କରି
ରଖିବା ତା' ମାନ ମହତ।
ସଚ୍ଚୋଟତା ବଳେ ଶ୍ରେଷ୍ଠ ହୋଇବା
ତଟସ୍ଥ ହୋଇବ ଜଗତ
ହିଂସା ତରବାରୀ ଜୟ ଜୟ ନୁହେଁ
ହୃଦୟର ଜୟ ସତ।
ବିଭିଧ ଆର୍ଥିକ ଧର୍ମ ସାଂସ୍କୃତିକ
ପରମ୍ପରା ପରିଦୃଷ୍ଟ
ବିଚ୍ଛିନ୍ନତାର ଧାର ମାଡ଼ିବାନି
ଏକତାରେ ବନ୍ଧା ଆମେ ତ
ସୁଜଳା ସୁଫଳା ବୀର ପ୍ରସବିନୀ
ପୁଣ୍ୟ ଆମ ମାଆ ଭାରତ।