Sukadev Mahanta

Abstract

4  

Sukadev Mahanta

Abstract

ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ଆନ୍ତର୍ଜାତୀୟ ସାକ୍ଷରତା ଦିବସ

1 min
4



ଆସିଅଛି ସେପ୍ଟେମ୍ବର      ଅଷ୍ଟମ ଦିନ ମାସର

      ଆନ୍ତର୍ଜାତୀୟ ସାକ୍ଷରତାଦିବସ

ଉଣେଇଶ ଛଅଷଠି      ସେପ୍ଟେମ୍ବର ଆଠଠାରୁ

     ପାଳିତ ହୋଇଆସୁଛି ପ୍ରତି ବରଷ ||

ଜାତି ଧର୍ମ ସମ୍ପ୍ରଦାୟ     ବର୍ଣ୍ଣ ଭାଷା ନିର୍ବିଶେଷେ

   ଅଜ୍ଞାନ ଅନ୍ଧାର ରଚେ ସମସ୍ୟାମାନ

ଅଜ୍ଞାନ ଅନ୍ଧାର ନାଶି     ସାକ୍ଷର ହୋଇଲେ ନର

     ଜ୍ଞାନଚକ୍ଷୁ ଉନ୍ମିଳିତ ହୁଅଇ ଜାଣ ||

ନୂଆ ଜ୍ଞାନ ଓ ବିଜ୍ଞାନ      କଲେ ଯାଇ ଅଧ୍ୟୟନ

    ଠିକ୍ ଭୁଲ୍ ପରଖିବା ଦକ୍ଷତା ଆସେ

ଠକି ପାରିବନି କେହି      ମିଛକଥାମାନ କହି

      ପ୍ରତାରଣା କୁସଂସ୍କାର ଆସେନି ପାଶେ||


  ଆସିବ ନୂଆ ଆୟାମ      ବିଶ୍ବେ ଶାନ୍ତି ପ୍ରଗତିର

    ଶୋଷଣ ହୀନ ସମାଜ ଗଢିବା ନୂଆ

  ସଭିଙ୍କୁ କରି ସାକ୍ଷର      କରିବା ଆତ୍ମନିର୍ଭର

      ଶିଖାଇବା ବିଶ୍ବ ଭ୍ରାତୃତ୍ବର ମହିମା||

ଶଠ କପଟ ବିହୀନ       ଏକ ଜାତି ଏକ ଧର୍ମ

    ବସୁଧୈବ କୁଟୁମ୍ବକମ୍ ଭାବିବା ମନେ

 ନିରକ୍ଷରତାକୁ ନାଶି        ସାକ୍ଷରତାକୁ ବିକାଶି

   ନୂତନ ପୃଥିବୀ ଏକ ଗଢିବା ଆମେ ||

ୟୁନେସ୍କୋର ଡାକ ଆମେ    ଧରଣୀର କୋଣେ କୋଣେ

     ସାକ୍ଷରତା ବିକାଶର ମାଧ୍ୟମ ହେବା

ବିକାଶ କ୍ଷେତ୍ରରେ ଆମେ     ନୂତନ ଶୀଖର ଛୂଇଁ

     ସୁଖ ଶାନ୍ତିପୂର୍ଣ୍ଣ ନୂଆ ବିଶ୍ବ ଗଢିବା||


  


Rate this content
Log in

Similar oriya poem from Abstract