ପ୍ରଭୁ ପାଦେ ଅଭିଳାଷ
ପ୍ରଭୁ ପାଦେ ଅଭିଳାଷ
1 min
299
ମାଟିରୁ ଆକାଶ ପାଣିରୁ ପବନ
ପରିବ୍ୟାପ୍ତ ଚରାଚର
ସର୍ବବ୍ୟାପୀ ତୁମେ ପ୍ରଭୁ ପରଂ ବ୍ରହ୍ମ
ତୁମେ କରୁଣା ସାଗର
ଆଜିର ଦିନଟି ହେଉ ଶୁଭମୟ
ଆଣି ସୁଖ ଶାନ୍ତିଚ୍ଚୟ
ସଫଳତା ଆସୁ ସତ୍ କର୍ମ ବଳେ
କୃପା କର ଦୟାମୟ
ଜୟ ଜଗନ୍ନାଥ ଜଗତର ନାଥ
ଜୟ ଜଗଦିଶ ହରେ
କର ହେ କରୁଣା କରୁଣା ସାଗର
ଶାନ୍ତିଭରାଅ ଅନ୍ତରେ!
ହସିଉଠୁ ଆଜି ଏ ସାରା ଜଗତ
ଖିଲି ଖିଲି ପୁଣିଥରେ
ଦୁଃଖର ଦରିଆ ଯାଉ ଅପସରି
ସ୍ଥାପନେ ସୁଖ ସାଗରେ
ପ୍ରଭାତ କୁସୁମ ସମ ହସ ଫୁଟି
ସଭିଙ୍କର ଅଧରରେ
ବସୁଧୈବ କୁଟୁମ୍ବକମ୍ ମନୋଭାବ
ଭରୁ ସର୍ବ ଅନ୍ତରରେ !
