STORYMIRROR

Sukadev Mahanta

Abstract

3  

Sukadev Mahanta

Abstract

ଗାନ୍ଧୀ ତୁମେ ଜନ୍ମ ନିଅ ପୁଣି ଥରେ

ଗାନ୍ଧୀ ତୁମେ ଜନ୍ମ ନିଅ ପୁଣି ଥରେ

1 min
169


 ହେ ଗାନ୍ଧୀ !

ତୁମେ ଜନ୍ମ ନିଅ ପୁଣିଥରେ

 ଏଇ ଭାରତରେ

ମହାସାଗରର ପୁଣ୍ୟ ପବିତ୍ର ତୀରେ

 ଭ୍ରଷ୍ଟ ବିପଧଗାମୀ

ଭାରତର ଏକଶହ କୋଡିଏ କୋଟିରୁ ଉର୍ଦ୍ଧ୍ବ

ନିଷ୍ପେସିତ ଅନ୍ୟାୟ ଅନୀତିରେ ଜର୍ଜରିତ 

ସାଧାରଣ ଜନତାକୁ

ପ୍ରକୃତ ସ୍ବାଧୀନତା ଆଣିଦେବା ପାଇଁ 

ଜନ୍ମ ନିଅ ପୁଣି ଆଉ ଥରେ ||

ଆଜିର ଏହି

ଆଠ ଅଗଷ୍ଟରେ

ପୁଣ୍ୟ ଭୂମି ଭାରତର ପବିତ୍ର ମାଟିରେ

ମନେ ପଡେ 

ଇତିହାସ ପୃଷ୍ଠାରୁ ପଢିଥିବା 

ତୁମର ସେଦମ୍ଭ ବୀରତ୍ବର ଗାଥା

ସ୍ପଷ୍ଟ ଝଲସି ଉଠେ ଆଖିର ଆଇନାରେ ।।

ଉଣେଇଶ ବୟାଳିଶ

ଆଠ ଅଗଷ୍ଟ ରେ

ବମ୍ବେ ନଗରୀର ଗୋୱାଲିଆ ଟ୍ୟାଙ୍କ ମଇଦାନରେ

ଦମ୍ଭେ କହିଥିଲ

“ ହେ ଇଂରେଜ!

ତୁମେ ଭାରତ ଛାଡ ,

ଆମେ ହିଁ ନାଉରୀ ହେବୁ ଆମରି ନାଆରେ ।।

 ନଥିଲେ ରାଜଗୋପାଳାଚାରୀ

ନଥିଲା ସାଥେ ଜନସଂଘ ଅବା ହିନ୍ଦୁ ମହାସଭା

ନ ଥିଲେ ଜିନ୍ନା

ନ ଥିଲା ସାଥେ ମୁସଲିମ ଲିଗ

ନଥିଲେ ରାଜା ରାଜୁଡା

ନ ଥିଲା ସ୍ବୟଂ ସେବକଙ୍କ ସଭା ।।

ଥିଲେ ସାଥିରେ ତୁମ

ଏଇ ଭାରତ ବର୍ଷର

ଚାଳିଶ କୋଟି  ଭାରତ ପ୍ରେମୀ ଜନତା

ତୁମ ଡାକେ ମନ୍ତ୍ର ମୁଗ୍ଧ ହୋଇ

ପଣ କଲେ “କର ଅବା ମର 

 ନପାଇବା ଯାଏ ପୂର୍ଣ୍ଣ ସ୍ବାଧୀନତା” ।।

ଖାଇଲ ବ୍ରିଟିଶ୍ ଲାଠି

 ଭୋଗିଲ ଅନେକ କଷଣ

 ତଥାପି ଲଢିଲ ସତ୍ୟ ଅହିଂସ ଲଢେଇ

ସଢିଲ ଅନ୍ଧକାର କାରାଗୃଗେ

ତଥାପି ବିନା ଖଡ୍ଗ ବିନା ଢାଲରେ

ସାବର ମତୀର ସନ୍ଥ ତୁମେ

ଆଗେଇ ନେଇଥିଲ ସ୍ୱାଧୀନତାର ଲଢେଇ ।।

 ତୁମେ ଦେଖିଥିଲ ସ୍ବପ୍ନ

 ଏକ ସତ୍ୟ ଶାନ୍ତି ସୁନ୍ଦର ରାମରାଜ୍ୟର

 ଯହିଁ ସକାଳେ ସଂଜେ ଶୁଭୁଥିବ

ମନ୍ଦିରର ଘଣ୍ଟ ଘଣ୍ଟି ଧ୍ବନି  

ଗୀର୍ଜାର ଘଣ୍ଟି ସାଥେ ମସ୍ଜିଦ୍ ର “ଆଲ୍ଲା ହୋ ଆକବର” ।।

 ତୁମେ ଭାବୁଥିଲ

ନିଜ ହିତ ପାଇଁ କେବଳ 

 ଜାତ ନୁହଇ ହିନ୍ଦୁ

ବିଶ୍ବ ହିତ ବିଶ୍ବ ଶାନ୍ତି

 ବିଶ୍ବ ମୈତ୍ରୀ ପାଇଁ ଉଦ୍ଦିଷ୍ଟ ତା ପ୍ରତିଟି ରକ୍ତ ବିନ୍ଦୁ ।।

ତୁମ ଚିନ୍ତନରେ

ରାମରାଜ୍ୟ ହୁଏ ନାହିଁ

 ରାମଙ୍କ ପାଇଁ ମନ୍ଦିର ଗଢିଲେ

ରାମରାଜ୍ୟ ହୋଇବ କେବଳ

 ଏଇ ଭାରତର ପ୍ରତିଟି ମଣିଷ

ରାମଙ୍କ ନୀତି ଆଦର୍ଶକୁ ହୃଦରେ ବହିଲେ ।।


ହେ ବାପୁଜୀ

ସତ୍ୟ ଶାନ୍ତି ଅହିଂସା ପୂଜାରୀ

ଭାରତର ଜନ ଗଣ ମନ ଅଧିନାୟକ

ଏ ଭାରତ ବର୍ଷେ

ଜନ୍ମ ନିଅ ପୁଣି ଆଉଥରେ

ରଚିବାକୁ ରାମରାଜ୍ୟ

ଦେବାପାଇଁ “କର ଅବା ମର” ଡାକ ।।

ଆଜିର ଏ ପୁଣ୍ୟ ତିଥି

ଆଠ ଅଗଷ୍ଟରେ

ମନେ ପଡ ହେ ମହାପୁରୁଷ

ଇତିହାସ ପୃଷ୍ଠାର ସ୍ୱର୍ଣ୍ଣାକ୍ଷରେ ଲେଖା

ଭାରତ ଛାଡ ଆନ୍ଦୋଳନରେ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract