✍ମୋହ✍
✍ମୋହ✍
ସପନ ଶିଖାର ଲେଲିହାନ କାନ୍ତି
ମନ ପତଙ୍ଗ ଦେଖିଣ
ମାୟା ମିରିଗକୁ ସ୍ବର୍ଣ୍ଣ ମୃଗଭାବି
ଧାବମାନ ରଘୁରାଣ||
ପ୍ରହେଳିକା ଦେଖି ନିଜେ ଭୋଳ ଯା'ନ୍ତି
ମାୟାରେ ହୁଅନ୍ତି ବାୟା
ନର ବୁଝେନାହିଁ ସଂସାରର ମାୟା
ମିଛ ମାୟା କରେ ବାୟା||
ଲଭଇ କଷଣ ହୁଏ ହଇରାଣ
ଦେଖି ମାୟା ମୃଗ ଛାୟା
ତାହା ପଛେ ପଛେ ଧାଇଁ ବୁଝେ ଶେଷେ
ମରିଚିକା ମୋହ ମାୟା ||
ଆସିଛି ଲଙ୍ଗଳା ଫେରିବ ଲଙ୍ଗଳା
ଫେରିଯିବ ସିଏ ଏକା
ଯିବେନି ସାଥିରେ ପ୍ରିୟ ପରିଜନ
ସାକ୍ଷୀ ଜୂଇ ଶିଖା ଏକା||
ମାୟାର ସଂସାର କେହି ନୁହେଁ କା'ର
ଭାବେ ଖାଲି ନିଜପର
ମଶାଣି ଜୂଇରେ ଜଣା ପଡିଯାଏ
କର୍ମ ଅଟେ ଏକା ସାର ||
