STORYMIRROR

Lipi Sahoo

Inspirational

3  

Lipi Sahoo

Inspirational

ଭୂଲ ଠିକ୍

ଭୂଲ ଠିକ୍

1 min
242

କ୍ଷମତା ଅପବ୍ୟବହାରର କରନା ଆସ୍ପର୍ଦ୍ଧା

ଏଇ ଯେମିତି ଜୋର୍ ଜବରଦସ୍ତ

ଅନ୍ୟର ପାଟିକୁ ଚୁପ୍ କରେଇ ଦେବା 


ଟିକେ ହସ ଆଉ 

ଟିକେ ହସିବାକୁ ଦିଅ

ହାତରେ ଖୁବ୍ ସ୍ଵଳ୍ପ ସମୟ


ତୁମେ ସିନା ଦେଖିପାରୁନା

ନିଶାଗ୍ରସ୍ତ ଧରି ଅହଂର ପିୟାଲା

ଠିକ୍ ଦେଖିପାରୁଛି ଅସ୍ତମିତ ସୂର୍ଯ୍ୟ ପରର ଅନ୍ଧକାର


ଆଉ କେବେ ବୁଝିବ

ଅନ୍ୟକୁ ବୁଝିବା ବି ଗୋଟେ କଳା

ୟେତେ ସହଜ ନୁହଁ ଭଲପାଇବା


କିଏ ଦେଲା ତୁମକୁ ଅଧିକାର

ଅନ୍ୟର ଭୂଲ ଠିକ୍ ବିଚାର କରିବାର

ହାସ୍ୟାସ୍ପଦ ପାଲଟି ଯାଇପାରେ ତୁମ ମତାମତ


ବାକି ଅଛି ଯେଉଁ ଟିକିଏ ସମୟ

ବୁଝିବାକୁ ଚେଷ୍ଟା କରିବା ଅନ୍ୟର ଦରଦ

ଆହୁରି ଶିଖିବା ବାକି ଅଛି କଳା ବଞ୍ଚିବାର


ତୁମକୁ ମିଳିଛି ଯେଉଁ ଚରିତ୍ର

ଠିକଠାକ୍ ଫୁଟେଇବାକୁ ଚେଷ୍ଟା କର

ଆପେ ଆପେ ସଂଶୋଧିତ ହେଇଯିବେ ଅନ୍ୟ ଚରିତ୍ରମାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational