ଭୂଲ ଠିକ୍
ଭୂଲ ଠିକ୍


କ୍ଷମତା ଅପବ୍ୟବହାରର କରନା ଆସ୍ପର୍ଦ୍ଧା
ଏଇ ଯେମିତି ଜୋର୍ ଜବରଦସ୍ତ
ଅନ୍ୟର ପାଟିକୁ ଚୁପ୍ କରେଇ ଦେବା
ଟିକେ ହସ ଆଉ
ଟିକେ ହସିବାକୁ ଦିଅ
ହାତରେ ଖୁବ୍ ସ୍ଵଳ୍ପ ସମୟ
ତୁମେ ସିନା ଦେଖିପାରୁନା
ନିଶାଗ୍ରସ୍ତ ଧରି ଅହଂର ପିୟାଲା
ଠିକ୍ ଦେଖିପାରୁଛି ଅସ୍ତମିତ ସୂର୍ଯ୍ୟ ପରର ଅନ୍ଧକାର
ଆଉ କେବେ ବୁଝିବ
ଅନ୍ୟକୁ ବୁଝିବା ବି ଗୋଟେ କଳା
ୟେତେ ସହଜ ନୁହଁ ଭଲପାଇବା
କିଏ ଦେଲା ତୁମକୁ ଅଧିକାର
ଅନ୍ୟର ଭୂଲ ଠିକ୍ ବିଚାର କରିବାର
ହାସ୍ୟାସ୍ପଦ ପାଲଟି ଯାଇପାରେ ତୁମ ମତାମତ
ବାକି ଅଛି ଯେଉଁ ଟିକିଏ ସମୟ
ବୁଝିବାକୁ ଚେଷ୍ଟା କରିବା ଅନ୍ୟର ଦରଦ
ଆହୁରି ଶିଖିବା ବାକି ଅଛି କଳା ବଞ୍ଚିବାର
ତୁମକୁ ମିଳିଛି ଯେଉଁ ଚରିତ୍ର
ଠିକଠାକ୍ ଫୁଟେଇବାକୁ ଚେଷ୍ଟା କର
ଆପେ ଆପେ ସଂଶୋଧିତ ହେଇଯିବେ ଅନ୍ୟ ଚରିତ୍ରମାନ